ସୋରଡ଼ା ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋରଡ଼ା ନ୍ୟାୟିକ ପରିସରସ୍ଥିତ କନଫରେନ୍ସ ହଲ୍ରେ ବିଶ୍ୱ ଶିଶୁ ଶ୍ରମ ପ୍ରତିରୋଧ ଦିବସ ପାଳନ କରାଯାଇଥିଲା। ବରିଷ୍ଠ ଦେୱାନୀ ବିଚାରପତି ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶ୍ରୀ ଜନ୍ମେଜୟ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଶ୍ରମ ନିରାକରଣ ଓ ଶିଶୁଙ୍କ ଅଧିକାର ସୁରକ୍ଷା ଉପରେ ଆଲୋକପାତ କରିଥିଲେ।
ସୋରଡ଼ା ଆଇନଜୀବୀ ସଂଘର ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଧଳ ଏବଂ ସମ୍ପାଦକ ଶ୍ରୀ ରଜନୀ କୁମାର ପଟ୍ଟନାୟକ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମାଜର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଭାତ କୁମାର ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଏହି ଅବସରରେ ଆଇନଜୀବୀ, ଅଦାଲତ କର୍ମଚାରୀ, ପାରା ଲିଗାଲ୍ ସ୍ୱେଚ୍ଛାସେବକ, ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହି ଶିଶୁ ଶ୍ରମମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ଗ୍ରହଣ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରିୟରଞ୍ଜନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
