You are currently viewing ଗୌତମୀ ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।
ଗୌତମୀ ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।

ସାନଖେମୁଣ୍ଡି , ୦୪/୦୭ -:- ୧୯୫୧ ମସିହାରେ ପ୍ରତିଷ୍ଠିତ ଗୌତମୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ମହାପାତ୍ରଙ୍କ ପଦ୍ମନୀତ ଜନିତ ବିଦାୟ କାଳୀନ ଉତ୍ସବ. ବିଦ୍ୟାଳୟ ଏମ୍. ଇ ଅଧ୍ୟକ୍ଷ ତଥା ପୂର୍ବତନ ଚେୟାରମେନ ଶ୍ରୀ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରଣୟ ପ୍ରଭୁ ପ୍ରିୟରଞ୍ଜନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ।

ମୁଖ୍ୟ ଅତିଥି ରୂପେ ଗୌତମୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜି. ଝିଲି ରେଡ୍ଡୀ ଯୋଗ ଦେଇଥିଲେ । ଆଲୁମିନି ସଭାପତି ଶ୍ରୀ ଲେନିନ୍ କୁମାର ସାହୁ ଓ ଶ୍ରୀ ମହାପାତ୍ରଙ୍କ ଅମାୟକ ବ୍ୟକ୍ତିତ୍ଵ, କାର୍ଯ୍ୟଦକ୍ଷତା, କର୍ମ ତତ୍ପରତା, କର୍ତ୍ତବ୍ୟ ନିଷ୍ଟା ଦୀର୍ଘ ବର୍ଷର ବିଦ୍ୟାଳୟ ପ୍ରତି ସେବା, ଉତ୍ସର୍ଗ, ବିଦ୍ୟାଳୟ ଭିତ୍ତିଭୂମି ଉନ୍ନତି କରଣ ସାଙ୍ଗକୁ ଲୋକ ସମ୍ପର୍କ ଓ ଛାତ୍ର ବତ୍ସଳତା ଉପଚର ଆଲୋକପାତ କରିଥିଲେ ।

ପ୍ରଧାନ ଶିକ୍ଷକ ଶ୍ରୀ ଫିନୁଏଲ୍ ଶବର ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ । ବିଦ୍ୟାଳୟ ତରଫରୁ ବିଦ୍ୟାଳୟର ବରିଷ୍ଟ ଗାଣିତିକ ଶ୍ରୀମତୀ ମମତାଞ୍ଜଳି ସାହୁ ଉପହାର ଓ ଉପଢ଼ୌକନ ଅର୍ପଣ କରିବା ବେଳେ, ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ଶ୍ରୀ ମହାପାତ୍ରଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ପ୍ରଦାନ କରିଥିଲେ । ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଓ ସ୍ଥାନାନ୍ତରିତ ହୋଇଥିବା ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଯଥା ଶ୍ରୀ ଏ. ନିଳମାଧବ , ଶ୍ରୀ ଡିଲେଶ୍ୱର ରାଉତ, ଶ୍ରୀମତୀ ସୋମ୍ୟଶ୍ରି ସାବତ ଙ୍କୁ ଉକ୍ତ ସଭାରେ ସମର୍ଦ୍ଧିତ କରାଯାଇଥିଲା । ଶ୍ରୀ ଯୋଗେନ୍ଦ୍ର ମାଝୀ, ଶ୍ରୀମତୀ ଦୀପ୍ତି ଗମାଙ୍ଗ, ଶ୍ରୀମତୀ ଟି. ସୁଗୁନା, ଶ୍ରୀମତୀ କୁନି ବେହେରା, ଶ୍ରୀମତୀ ଗୌରୀ ସାହୁ, ଶ୍ରୀମତୀ ମିନତୀ ବିଷୋୟୀ, ଶ୍ରୀମତୀ ଉଷା ସାଇଁ ଓ ନଟବର ନାୟକ ଯୋଗ ଦେଇ ବିଦାୟୀ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଗୌତମୀ ସଂଯୋଜକ ଶ୍ରୀ ପବିତ୍ର ସେଠୀ ସଂଯୋଜନା କରି ଧନ୍ୟବାଦ ଅର୍ପଣ କଲେ ଏବଂ ଛାତ୍ର ଛାତ୍ରୀ ମାନେ ବିରାଟ ପଟୁଆରରେ ଶ୍ରୀ ମହାପାତ୍ରଙ୍କୁ ଗ୍ରାମ ପରିକ୍ରମା କରାଇ ବିଦାୟ ଦେଇଥିଲେ ।