You are currently viewing ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ “ଅଗଷ୍ଟ କ୍ରାନ୍ତି” ଦିବସ ପାଳିତ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ “ଅଗଷ୍ଟ କ୍ରାନ୍ତି” ଦିବସ ପାଳିତ

ବ୍ରହ୍ମପୁର , ୧୦/୦୮ -:- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ସ୍ନାତୋକତ୍ତର ରାଜନୀତି ବିଜ୍ଞାନ ଓ ଲୋକ ପ୍ରଶାସନ ବିଭାଗ ଏବଂ ସ୍ନାତୋକତ୍ତର ଇତିହାସ ବିଭାଗର ମିଳିତ ଆନୁକୂଲ୍ୟରେ ୯ ଅଗଷ୍ଟ , ୨୦୨୪ ଦିନ “ଅଗଷ୍ଟ କ୍ରାନ୍ତି” ଦିବସ ପାଳିତ ହୋଇଯାଇଛି। ପ୍ରଥମତଃ, ଏହି ଦିବସର ପାଳନ ଅବସରରେ ବିଶ୍ୱବିଦ୍ୟାଳୟର ମାନନୀୟା କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ , କୁଳ ସଚିବ ଶ୍ରୀ ସଚ୍ଚିଦାନନ୍ଦ ନାୟକ , ଏବଂ ସ୍ନାତୋକତ୍ତର ବିଭାଗ ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ସ୍ୱାଧିନତା ସଂଗ୍ରାମୀମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ଏକ ବିରାଟ ଶୋଭାଯାତ୍ରା କରି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଜୟଗାନ କରିଥିଲେ। ପରିଶେଷରେ ସ୍ନାତୋକତ୍ତର ପରିଷଦର କମିଟି ହଲ୍ ରେ ସମସ୍ତେ ଏକତ୍ର ହୋଇ ସଭାକାର୍ଯ୍ୟ ଶୁଭାଆରମ୍ଭ କରିଥିଲେ। ଉକ୍ତ ସଭାରେ ଇତିହାସ ବିଭାଗର ମୁଖ୍ୟ ଡ. ସଦାନନ୍ଦ ନାୟକ, ରାଜନୀତି ବିଜ୍ଞାନ ବିଭାଗର ସଂଯଯୋକ ଡ. ସାରଦା ପ୍ରସନ୍ନ ରାଉତ, ଡ. ରାଜେଶ ସେଠ, ଲୋକପ୍ରଶାସନ ବିଭାଗର ସଂଯୋଯକ ଶ୍ରୀ ସଞ୍ଜୟ ମେହେର, ଡ. ରମାକାନ୍ତ ଭୂୟାଁ, ଡ. ଶଙ୍କର୍ସଣ ମଲ୍ଲିକ ମଞ୍ଚାସୀନ ଥିଲେ।

ଡ. ସୌମେନ୍ଦ୍ର କୁମାର ମହାନ୍ତି, ଡ. ଭାଗ୍ୟଶ୍ରୀ ରଥ, ଡ. ଦିଲ୍ଲିପ କୁମାର ମାଝୀ, ଶ୍ରୀ ଯଜ୍ଞଦତ୍ତ ପଟ୍ଟନାୟକ ଆଦି ପ୍ରାଧ୍ୟାପକ ପ୍ରାଧ୍ୟାପିକା ଉପସ୍ଥିତ ଥିଲେ। ତତସହିତ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଏବଂ ପ୍ରାଧ୍ୟାପକ ପ୍ରାଧ୍ୟାପିକା ମାନେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଅବଦାନକୁ ସ୍ମୃତିଚାରଣ କରିବା ସହ ବର୍ତ୍ତମାନ ସମୟରେ ଅଗଷ୍ଟ କ୍ରାନ୍ତି ଦିବସର ଉପାଦେୟତା ସମ୍ବନ୍ଧରେ ମତ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଦାରିଦ୍ରତା, ଅସମାନତା, ସାମ୍ପ୍ରଦାୟିକ ଓ ଜାତିଗତ ବିଭେଦ, ବେକାରୀ ଓ ଦୁର୍ନୀତି ଭଳି ସାମାଜିକ ବ୍ୟାଧିଗୁଡିକୁ ଦମନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।