ସାନଖେମୁଣ୍ଡି ୨୪/୮ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଗଞ୍ଜାମ ଗଜପତି ସୀମାନ୍ତ ତଥା ସାନଖେମୁଣ୍ଡି ବ୍ଲକର ତପ୍ତପାଣି ଉଷ୍ଣ ପ୍ରସବଣ ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମୀ ଉନ୍ନୟନ କରାଯିବ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ।ତପ୍ତପାଣି ପର୍ଯ୍ୟଟନ କ୍ଷେତ୍ରର ରୂପାନ୍ତରଣ ସହ ଏହାକୁ ନବକଳେବର ସହ ଏହି ସ୍ଥାନକୁ ଇକୋ ଟୁରିଜୀମ୍ କ୍ଷେତ୍ରରେ ପରିଣତ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ଲକ୍ ବିଡ଼ିଓ ଜିତେନ୍ଦ୍ରକୁମାର୍ ମିଶ୍ରଙ୍କ ଆବାହକତ୍ବ ରେ ତପ୍ତପାଣି ପରିସରରେ ଅନୁଷ୍ଠିତ ବୈଠକରେ ତପ୍ତପାଣି ଉନ୍ନୟନ କମିଟି ଓ ସ୍ଥାନୀୟ ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ବିଡ଼ିଓ ଓ ଉନ୍ନୟନ କମିଟିର ମିଳିତ ବୈଠକରେ ତପ୍ତପାଣି ପର୍ଯ୍ୟଟନ କ୍ଷେତ୍ରର ପରିସରକୁ ସୌନ୍ଦର୍ଯ୍ୟକରଣ ନିମିତ୍ତ ରାଜ୍ୟ ସରକାର ୧୧ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସ୍ନାନାଗାର ସମ୍ପ୍ରସାରଣ ଶୌଚାଳୟ ପୋଲିସ ସହାୟତା କେନ୍ଦ୍ର ପାନୀୟ ଜଳ ଟେଲିଫୋନ ବ୍ୟବସ୍ଥା ଆଲୋକିକରଣ ବର୍ଜ୍ୟବସ୍ତୁ ପରିଚାଳନା ଯାତ୍ରୀଙ୍କ ବିଶ୍ରାମଗୃହ ନିର୍ମାଣ ସମ୍ପର୍କିତ ଆଲୋଚନା ଓ ପ୍ରସ୍ତାବ ନିର୍ଦ୍ଧାରଣ କରାଯାଇଥିଲା। ତପ୍ତପାଣି ପରିସରରେ ଥିବା ଉଷ୍ଣପ୍ରସବଣ କନ୍ଧୁଣିଦେବୀ ପୀଠ ଓ ନୀଳକଣ୍ଠେଶ୍ଵର ଶୈବପୀଠ ର ବିକାଶ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମସ୍ତ ସୁବିଧା ଉପଲବ୍ଧ କରାଇବା ପାଇଁ ଆଲୋଚନା କରାଯାଇଥିଲା। ତପ୍ତପାଣି ର ମୌଳିକ ସମସ୍ୟା ସମାଧାନ ନିମିତ୍ତ ବିଭିନ୍ନ ପ୍ରସ୍ତାବ ସମୂହକୁ ଆଲୋଚନା କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ୧୧ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ସହ ଟେଣ୍ଡର ମଧ୍ୟ ସରିଛି । ଉନ୍ନୟନ କାର୍ଯ୍ୟ ଶୁଭାରମ୍ଭ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଞ୍ଜାମର ଦୁଇ ମନ୍ତ୍ରୀ ସ୍ଥାନୀୟ ସାଂସଦ ବିଧାୟକ ଙ୍କୁ ନିମନ୍ତ୍ରଣ ସହ ତାରିଖ ଧାର୍ଯ୍ୟ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ବୟ ବୈଠକରେ ମନ୍ଦିର କମିଟି ପକ୍ଷରୁ ଚନ୍ଦ୍ରଶେଖର ଜାନି କନ୍ଧ ବଡ଼ରଇତ ରେଡିକା ଜାନି ଲିଟୁ ପ୍ରଧାନ ପ୍ରଦୀପ ଦାଶ ସନ୍ତୋଷ ଦଳେଇ ସିମାଞ୍ଚଳ ପ୍ରଧାନ ରଞ୍ଜନ କୁମାର ଜାନି ହରିକୃଷ୍ଣ ପଣ୍ଡା ଗାଙ୍ଗୁଲି ମଣ୍ଡଳ ନୀଳାମ୍ବର ଅଧିକାରୀ ପବିତ୍ର ମଣ୍ଡଳ ଯୋଗେନ୍ଦ୍ର ଦୋରା ଙ୍କ ସମେତ କମିଟି ସଭ୍ୟ ଓ ସ୍ଥାନୀୟ ଆଖପାଖ ଗ୍ରାମବାସୀ ପର୍ଯଟନ କ୍ଷେତ୍ରର ପାରିପାର୍ଶ୍ବିକ ବିକାଶ ପାଇଁ ଆଲୋଚନା କରିଥିଲେ।
