You are currently viewing ଜୁନ ୭ରେ ରଜ ସେଶ୍ପସିଆଲ ଓଡ଼ିଶା ଟ୍ରେଡିଙ୍ଗ ଟାଲେଣ୍ଟ ଶୋ
ଜୁନ ୭ରେ ରଜ ସେଶ୍ପସିଆଲ ଓଡ଼ିଶା ଟ୍ରେଡିଙ୍ଗ ଟାଲେଣ୍ଟ ଶୋ

ପୁରୀ,୫/୬- ନିତୁ ପ୍ରିୟଦର୍ଶନୀ ଡ୍ଯାନ୍ସ ଏକାଡେମୀ ପୁରୀ ପକ୍ଷରୁ ଜୁନ ୭ ରବିବାର ଦିନ ଭିଆଇପି ରୋଡ ସ୍ଥିତ ହୋଟେଲ ବେନସନରେ ତୃତୀୟ ରଜ ସେଶ୍ପସିଆଲ ଟ୍ରେଡିଙ୍ଗ ଟାଲେଣ୍ଟ ଶୋ ୨୦୨୬ ଅନୁଷ୍ଠିତ ହେବ । ଏଥିସହ ସମ୍ପର୍କରେ ଶୁକ୍ରବାର ଅପରାହ୍ନରେ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦିକା ନିତୁ ପ୍ରିୟଦର୍ଶନୀ ଯୋଗଦେଇ କହିଲେ ପୁରୀ ଏକ ଐତିହ କଳା ଓ ସଂସ୍କୃତି ସମ୍ପନ୍ନ ସହର । ପୁରୀରୁ ଅନେକ କଳାକାର ରାଜ୍ୟ ଦେଶ ଓ ବିଦେଶରେ ନାମ କରିଛନ୍ତି । ପୁରୀ ମାଟିରେ କଳା ପ୍ରଦର୍ଶନ କରିବାକୁ କଳାକାର ମାନେ ଚାହାଁନ୍ତି । ଅନୁଷ୍ଠାନ ପକ୍ଷରୁ ୧୩ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ କିଡସ ଜୁନିୟର ଟିନ୍, ୨୦ ବର୍ଷ ରୁ ୩୦ ବର୍ଷ ପର୍ଯ୍ୟନ୍ତ ମିଷ୍ଟର ସିନିୟର ଓ ମିସେସ ସିନିୟର ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଶେଷ ଆକର୍ଷଣ ରହି ପାର୍ଯ୍ଯଜେଣ୍ଟ ଓ ରନୱେ ଶୋ । ବିଶେଷ ଆକର୍ଷଣ ମଧ୍ୟରେ ସିଜନ ୧ ଉଇନର ରେଶମା ରଣା ଓ ଓଡ଼ିଶା ବେଷ୍ଟ ମେଲ ମଡେଲ ସେମାବ୍ ଯୋଗଦେବେ । ଅନୁଷ୍ଠାନର ଚେୟାରମ୍ୟାନ ଗୌରୀଶଙ୍କର ସିଂହାରୀ, ସଭାପତି ଅନନ୍ତ ତିଆଡି, ସାଂସ୍କୃତିକ ସମ୍ପାଦିକା ପ୍ରତିମା ମହାପାତ୍ର, ସହ ସାଂସ୍କୃତିକ ସମ୍ପାଦିକା ଗୋପଲିସା ମହାନ୍ତି, ଉପଦେଷ୍ଟା ତୃପ୍ତି ରଥ ଓ ପପି ସାହୁ, ସାସ୍କୃତିକ ସଂଗଠନ ସମ୍ପାଦିକା ରୁଦ୍ରାଣୀ ହୋତା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।