You are currently viewing ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁରୁଳା ରେ ସ୍ୱାଗତ ସମ୍ବର୍ଦ୍ଧନା
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁରୁଳା ରେ ସ୍ୱାଗତ ସମ୍ବର୍ଦ୍ଧନା

ଶେରଗଡ଼ ବ୍ଳକ୍ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁରୁଳା ଗଞ୍ଜାମର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ଵରେ ଥିବା ବମନ ଶ୍ରୀ ନିବାସ ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦ ପତ୍ର ସଂଖ୍ୟା ନଂ – ୧୪୩୪୯ , ତା -୦୨-୦୬୨୦୨୬ରିଖ ପ୍ରକାରେ ପ୍ରଦୋନ୍ନତି ଲାଭ କରିଛନ୍ତି । ଏହି ଖବର ପାଇବା ପରେ ବିଦ୍ୟାଳୟର ସମସ୍ତ ଶୈକ୍ଷିକ ଓ ଅଣ ଶୈକ୍ଷିକ କର୍ମଚାରୀଙ୍କ ମଧ୍ୟରେ ଗଭୀର ଉତ୍ସାହ ଲହରି ଖେଳି ଯାଇଛି । ବିଜ୍ଞ – ପ୍ରାଜ୍ଞ, ମିଷ୍ଟଭାଷୀ , ମେଳାପୀ , ସଦା କର୍ମ ତତ୍ପର , ଛାତ୍ରଛାତ୍ରୀ ପ୍ରେମୀ ଶ୍ରୀଯୁକ୍ତ ବମନ ଶ୍ରୀନିବାସ ଅଧ୍ୟକ୍ଷ ପଦ ମଣ୍ଡନ ଉଚ୍ଚ ବିଦ୍ୟାଳୟ ପରିସରକୁ ନିଶ୍ଚିତ ଭାବେ ଅଧିକ ସରସ ସୁନ୍ଦର କରିବ । ୨୦୦୬ ମସିହାରେ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରି ୨୦୧୨ ମସିହାରେ ସରକାରଙ୍କ ଶୁଭ ଦୃଷ୍ଟି ହେତୁ ସ୍ଥାୟୀ ଶିକ୍ଷକ ଭାବରେ ନିଯୁକ୍ତି ଲାଭ କରିଥିଲେ । ୨୦୨୪ ମସିହାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଉନ୍ନିତ ହେବା ପରେ ସେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇ ଆସୁଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ବିଦ୍ୟାଳୟର ପରିସର , ଶୈକ୍ଷିକ ବାତାବରଣ ସମେତ ବିଦ୍ୟାଳୟର କର୍ମଚାରୀ ମାନଙ୍କ ମଧ୍ୟରେ ପରିବାର ବାତ୍ସଲ୍ୟ ବେଶ୍ ମନୋଜ୍ଞ ହୋଇପାରିଛି । ତାଙ୍କ ବିଦ୍ୟାଳୟ ପରିଚାଳନା ଶୈକ୍ଷିକ ମନୋବୃତ୍ତି ଏତେ ଭାବଗର୍ଭକ ଯେ ମଦୋନ୍ନତିର ସୂଚନା ପାଇବା ମାତ୍ରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ । ଇତ୍ୟ ଅବସରେ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ଶ୍ରୀଯୁକ୍ତ ଅଧ୍ୟକ୍ଷଙ୍କ ଦୀର୍ଘାୟୁ କାମନା ପୂର୍ବକ ଉତ୍ତରୋତ୍ତର ଉନ୍ନତି ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।