ମହାନଦୀ ଦକ୍ଷିଣପାର୍ଶ୍ବ ନଦୀବନ୍ଧ ସମ୍ପ୍ରସାରଣ ଓ ସୁଦୃଢ଼ୀକରଣର ଶିଳାନ୍ୟାସ
କଟକ ସଦର : କିଶନନଗର ତହସିଲ ଅଂଚଳକୁ ନେଇ ଗଠିତ ହୋଇଥିବା ସାମାଜିକ ସଂଗଠନ କିଶନନଗର ବିକାଶ ମଞ୍ଚ ଯାହାକି କିଶନନଗର ତହସିଲ ଅଞ୍ଚଳର ମୌଳିକ ସମଷ୍ୟା ଗୁଡିକୁ ଆନ୍ଦୋଳନ, ଅନସନ, ଆମରଣ ଅନସନ, ଅଂଚଳରେ ଅନୁଷ୍ଠିତ ବିଭିନ୍ନ ଜନଶୁଣାଣୀ ତଥା ପତ୍ର ମାଧ୍ୟ୍ୟମରେ ସରକାରଙ୍କର ଦୃଷ୍ଟି ଗୋଚରକୁ ଆଣିଥିବା ବେଳେ ଗତ ବୁଧବାର ୧୪/0୨/୨0୨୪ ମହାନଦୀ ଦକ୍ଷିଣପାର୍ଶ୍ବ ନଦୀବନ୍ଧ

ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ କାର୍ଯ୍ୟର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଯାହାକି ମଞ୍ଚର ବିଭିନ୍ନ ଦାବିଗୁଡିକ ମାଧ୍ୟ୍ୟରୁ ଅନ୍ୟତମ ପ୍ରମୁଖ ଦାବିଭାବେ ମଞ୍ଚ ତରଫରୁ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ ସମୟ ହେବ ସରକାରଙ୍କୁ ସୂଚିତହୋଇ ଆସୁଥିଲା ଯେଉଁଠି ଅନ୍ୟ ରାଜନୈତିକ ଦଳ ଓ ଅନ୍ୟ ସଂଗଠନ ଦ୍ୱାରା ଉଲ୍ଲେଖ ଦାବିରେ ଏହା ଗତିରାଉତ ପାଟଣା ଠାରୁ ବାଙ୍କଳ ପର୍ଯ୍ୟନ୍ତ ଦର୍ଶଯାଇଥିଲା ବେଳେ ଏକମାତ୍ର କିଶନନଗର ବିକାଶ ମଞ୍ଚ ତରଫରୁ ଏହାକୁ କଟକ ଗାନ୍ଧୀ ପଲ୍ଲୀଠାରୁ ତାରାପୁର ପର୍ଯ୍ୟନ୍ତ ନଦୀବନ୍ଦର ସାମ୍ପ୍ରସାରଣ ଓ ସୁଦୃଢ଼ୀ କାରଣ କରି କଟକ ପାରାଦ୍ୱୀପ ରାସ୍ତାର ଏକ ବିକଳ୍ପ ରାସ୍ତାର ପ୍ରସ୍ତାବ ଭାବେ ଉଲ୍ଲେଖ କରାଯାଇଥିଲା

କଟକ ଗାନ୍ଧୀ ପଲ୍ଲୀ ଠାରୁ ତାରପୁର ଭାୟା ଵାରଦା ଵାଙ୍କଳ ୩୫ କିମି ରାସ୍ତାର ମରାମତି ତଥା ସମ୍ପ୍ରସାରଣ ବିଷୟରେ ସ୍ପଷ୍ଟଭାବେ ଦର୍ଶାଇ ଦିଆଯାଇଥିଲା, ବହୁଦିନ ନିରନ୍ତର ଦାବିପରେ ସରକାର ବିକାଶ ମଞ୍ଚର ଉକ୍ତ ଦାବିକୁ ଜନସାଧାରଣଙ୍କ ହିତ ଉଦ୍ୟସରେ ପୂରଣ କରିଥିବା ବେଳେ ମଞ୍ଚର ସାଧାରଣ ସମ୍ପାଦକ ସୀତାରାମ ପଣ୍ଡା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ,୫ ଟି ଅଧକ୍ଷ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ରସାରଥୀ ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି
ପବିତ୍ର ସରସ୍ବତୀ ପୂଜା ଉପଲକ୍ଷେ କିଶୋରନଗର ଚିନ୍ତାମଣି ବିଦ୍ୟାପୀଠ ଖେଳ ପଡିଆରେ ବୁଧବାର ସନ୍ଧ୍ୟାରେ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଆୟତପୁରରୁ ବାଇକ୍
ଶୋଭାଯାତ୍ରାରେ ବାହାରି କିଶୋରନଗର ପଡ଼ିଆରେ ପହଞ୍ଚିବା ପରେ ୫୦ କୋଟି ଟଙ୍କା ବ୍ୟୟ ଅଟକଳର ହେବାକୁ ଥିବା ଉକ୍ତ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।
ଡିଆର୍ଡିଏ ଉପସଭାପତି ସୁଭଦ୍ରା ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ


