You are currently viewing ମିଶନ ଶକ୍ତି (ମୁକ୍ତା )ପକ୍ଷରୁ ସ୍ୱୟଂମ୍ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ମିଶନ ଶକ୍ତି (ମୁକ୍ତା )ପକ୍ଷରୁ ସ୍ୱୟଂମ୍ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ପୁରୁଷୋତ୍ତମପୁର ତା-୨୯l 0୭ l ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପର ଅଭିଯାନ ( ମୁକ୍ତା ) ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ଙ୍କ ତତ୍ଵାଵଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟ, ସମ୍ମାନିତ ଅତିଥି ଭାବେଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ,କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ସହିତ ରାଜ୍ୟ ସରକାରଙ୍କ ଟ୍ରେନର ରାଜ୍ୟ ମିଶନ ପ୍ରବନ୍ଧଙ୍କ’ ପ୍ରଶ୍ନ କୁମାର ମହାରଣା, ଓ ସିଟିମିଶନ ପ୍ରବନ୍ଧଙ୍କ ପବିତ୍ର କୁମାର ନାୟକ ଅଧିକାରୀ ଉପସ୍ଥିତ ରହି ମିଶନ ଶକ୍ତିର ସମସ୍ତ ୱାର୍ଡର କୋଡିନେଟର ମାନଙ୍କ ସହି ସ୍ୱୟଂମ୍ ସାୟହକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ଓ ଋଣ ଫେରସ୍ତ ଓ ବ୍ୟବସ୍ଥା, ବିଏସ କେୱାଇ କାର୍ଡ, ସ୍କୁଟର ଯୋଜନା, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ କିପରି ନିଜର ଦକ୍ଷତା ବୃଦ୍ଧି ଦକ୍ଷତା ବିକାଶ ସମ୍ବନ୍ଧୀୟ ଉପରେ ଟ୍ରେନର ମାନେ ସୂଚନା ପ୍ରଦାନ କରିଥିଲେ l ଏହି ଦକ୍ଷତା ବିକାଶ ପୋଗ୍ରାମକୁ ପୁରୁଷୋତ୍ତମପୁର ଏନଏସିର ମିଶନ ଶକ୍ତି (ମୁକ୍ତା)ର ପୋଗ୍ରାମର ସଂଗ୍ରାମ କେଶରୀ ନାୟକ, ମୁକ୍ତା ବିଭାଗର କନିଷ୍ଠ ଯନ୍ତ୍ରୀ ବରୁଣ କୁମାର ବେହେରା, ସେହିପରି ସ୍ୱୟଂ ସହାୟକ ଏନଏସି ର ଗୋଷ୍ଠୀ ସଂଚାଳିକା ରଞ୍ଜିତା ପଣ୍ଡା,ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଏନଏସିର ସମସ୍ତ ୱାର୍ଡର ସଭ୍ୟ ସଭ୍ୟା, ଏନଏସିର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ରିପୋର୍ଟ ପ୍ରସନ୍ନ କୁମାର ଦାସ