You are currently viewing <em>୧୨ ନମ୍ବର ୱାର୍ଡରେ ଦୁଇଟି ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ</em>
୧୨ ନମ୍ବର ୱାର୍ଡରେ ଦୁଇଟି ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ

୧୩ ନମ୍ବର ୱାର୍ଡରେ ଡ୍ରେନ କାର୍ଯ୍ୟର ଶୁଭାରମ୍ଭ

ବ୍ରହ୍ମପୁର : (ଅମିତ୍ କୁମାର ସାହୁ) ୧୨/୧୧/୨୨ : ବ୍ରହ୍ମପୁର ମହାନଗର ନିଗମର ୧୨ ନଂ ୱାର୍ଡରେ ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷଙ୍କ ତରଫରୁ ଦୁଇଟି ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ହୋଇଛି । ଏହି ଅବସରରେ ବିଧାୟକ ବିକ୍ରମ କୁମାର ପଣ୍ଡା,ମେୟର ସଂଘମିତ୍ରା ଦଳେଇ ଓ ନିଗମ କମିଶନର ଜେ.ସୋନାଲ ,ସ୍ଥାନୀୟ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି ଅତିଥିଭାବେ ଯୋଗ ଦେଇ ୱାର୍ଡର ହାଉସିଂ ବୋର୍ଡ଼ ଫାଷ୍ଟପାର୍କ ସ୍ଥିତ ଗମେଶ ପୂଜା ମଣ୍ଡପ ଏବଂ ମିନାକ୍ଷୀ ନଗର ୩ୟ ଲାଇନ ସ୍ଥିତ ଶିଶୁ ଉଦ୍ୟାନ ପାର୍କକୁ ଉଦଘାଟନ କରିଛନ୍ତି । ୪ଲକ୍ଷ ୨୬ ହଜାର୧୧୬ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଜଣାପଡିଛି । ତାହା ସହ ୧୨ ନଂ ୱାର୍ଡ ପରିଦର୍ଶନ କରି ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଉଦଘାଟନ ହୋଇଥିବା ଶିଶୁ ଉଦ୍ୟାନ ପାର୍କର ସୌନ୍ଦର୍ଯ୍ୟ ଵୃଦ୍ଧି କରିବା ପାଇଁ ସ୍ଥାନୀୟ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧିଙ୍କୁ ଉକ୍ତ ପାର୍କରେ ବୃକ୍ଷ ଲଗାଇବାକୁ ବିଧାୟକ ଓ ମେୟର କହିଛନ୍ତି ।

ଉଦଘାଟନ ବେଳେ ମହାନଗର ଯୁବ ବିଜେଡ଼ି ସଭାପତି ଅଜିତ୍ କୁମାର ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ, ମହାନଗର ମହିଳା ସଭାନେତ୍ରୀ ସୋନାଲି ଗନ୍ତାୟତଙ୍କ ସମେତ ସୁରେନ୍ଦ୍ର ନାଥ ପଟ୍ଟନାୟକ, ଅଶୋକ କୁମାର ଦାସ, ଶ୍ରୀନିବାସ ପ୍ରଧାନ, ତିରୁପତି ରାଓ, ପ୍ରଶାନ୍ତ ପରିଡ଼ା, ସନ୍ତୁନୁ ରଣା,ସୁରେଶ,ସତ୍ୟବ୍ରତ ପଣ୍ଡା,କେଦାର ଚନ୍ଦ୍ର ପଣ୍ଡା, ବୁଢ଼ା ପାଣିଗ୍ରାହୀ, ଗୋପାଳ କ୍ରିଷ୍ଣା ପାଢ଼ୀ,ଜି. ଗୋପାଳ,କୃଷ୍ଣ ଚନ୍ଦ୍ର ସାହୁ, ଜି.ମନ୍ମଥ ରାଓ, ବାଳ କୃଷ୍ଣ ରାଉତ, ରାମ କୃଷ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ୧୩ନଂ ୱାର୍ଡ କୁଠାରୀ ମନ୍ଦିର ତୃତୀୟ ଓ ଚର୍ତୁଥ ଲାଇନରେ ଡ୍ରେନ କାର୍ୟ୍ଯର ଶୁଭ ଦିଆଯାଇଛି । ଏହି ସମୟରେ ବିଧାୟକ, ମେୟରଙ୍କ ସମେତ ସ୍ଥାନୀୟ କର୍ପୋରେଟର ବବି ନାୟକ ,ପୁର୍ବତନ କର୍ପୋରେଟର ଦଣ୍ଡପାଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।