ଗଞ୍ଜାମ ଜିଲ୍ଲା କୋଦଳା ତାଲୁକା ଲିଗାଲ୍ ସର୍ଭିସେସ୍ କମିଟି ପକ୍ଷରୁ ପାଳିତ ହୋଇଯାଇଛି ମହିଳା ଆଇନ ସଚେତନତା ଶିବିର । ଏହି କାର୍ଯ୍ୟକ୍ରମରେ ତାଲୁକା ଲିଗାଲ୍ ସର୍ଭିସେସ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଚିନ୍ମୟ ଗଛାୟତକଂ ଉପସ୍ଥିତିରେ ଏହି ଦିବସ ପାଳିତ ହୋଇଯାଇଛି। ୧୯୪୮ ଡିସେମ୍ବର ୧୦ରେ ମିଳିତ ଜାତିସଂଘର ସାଧାରଣ ସଭାରେ ମାନବିକ ଅଧିକାରର ସାର୍ବଭୌମ ଘୋଷଣାନାମାକୁ ଅନୁମୋଦନ କରାଯାଇଥିଲା । ବିଶ୍ବର ପ୍ରତ୍ୟେକ ପ୍ରାନ୍ତର ଲୋକଙ୍କୁ ସେମାନଙ୍କ ସାମାଜିକ, ସାଂସ୍କୃତିକ, ଶାରୀରିକ ଅଧିକାର ସମ୍ପର୍କରେ ସଚେତନ କରାଇବା ଏହି ସୁଯୋଗ ଦିଆଯିବା ସହ ଭେଦଭାବ ଭଳି ସମସ୍ୟାର ସମାଧାନ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ । ତେବେ ସମସ୍ତଙ୍କ ପାଇଁ ନ୍ୟାୟ, ସ୍ଵାଧୀନତା ଓ ମର୍ଯ୍ୟାଦା ପରିପ୍ରେକ୍ଷୀରେ ଆମ ଦେଶରେ ଆଜି “ମାନବିକ ଅଧିକାର କେତେ ସୁରକ୍ଷିତ, ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିସର୍ସପର୍ଶନ ଆଇନଯିବି ଜମିର୍ ଅଲ୍ଲୀ ଖାଁ, ଶ୍ରୀମତୀ ସୌଦାମିନୀ ସାହୁ, ଏ ପି ପି ଶ୍ରୀ ନୀଳାଞ୍ଚଳ ପୋଲାଈ , ବେଗୁନିଆପଡା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ କୁମାର ସାହୁଙ୍କ ସମେତ କୋଦଳା କୋର୍ଟ କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
