ଧରାକୋଟ,5/5/24
ସାନଖେମୁଣ୍ଡୀ ନିର୍ବାଚନ ମଣ୍ଡଳୀରେ ବି ଜେ ଡି ର ସ୍ଥିତି ଧୀରେ ଧୀରେ ସୁଦୃଢ଼ ହେବାରେ ଲାଗିଛି । ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କ ସାନ ଝିଅ, ବିଜୁ ଜନତା ଦଳ ର ବିଧାୟିକା ପ୍ରାର୍ଥୀନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କ ଭଉଣୀ ତଥା ଧରାକୋଟ ରାଜଜେମା ଶାନ୍ତିପ୍ରିୟା ଗୀତାଞ୍ଜଳି ଭଉଣୀ ପାଇଁ ପ୍ରଚାର ମଇଦାନ କୁ ଓହ୍ଲାଇ ଗାଁ ଗାଁ ବୁଲି ଲୋକଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରିଛନ୍ତି। ରାୟପୁର ସ୍ଥିତ ରାଜକୁମାର କଲେଜ ରେ ପଢୁଥିବା ରାଜଜେମା ପ୍ରଚାରରେ ନିଜକୁ ସାମିଲ କରି ବିଜୁ ଜନତା ଦଳ ର ଜନ ହିତକାରୀ ଯୋଜନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ସାନଖେମୁଣ୍ଡୀ ବିଧାନ ସଭା ଆସନ ର ସାମୁହିକ ବିକାଶ କରିବା ସହ ଅଧୁରା ରହିଯାଇଥିବା କାର୍ଯ୍ୟ ସମ୍ପନ୍ନ ପାଇଁ ଭଉଣୀ ସୁଲକ୍ଷଣା ଗୀତାଞ୍ଜଳି ଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ। ଧରାକୋଟ ବ୍ଲକର ବଳରାମ ପୁର ପଞ୍ଚାୟତ ର ଧାଡିଆମ୍ବ,ଜିରୋ ନଗର, ପୁରୁଣା ଜଳି, ନୂଆଁ ଜଳି, ରଙ୍ଗ ମାଟିଆ, ସାଗର ପଲି, ଷଡଙ୍ଗୀ ପଲି, ହଳଦୀ ବଗଡ, ଆଲିଗୁଡ଼ା, ଦାମ ପୁର, କେନ୍ଦୁ ପଡା, ଫଟା ଚାଞ୍ଚରା, କାଳୁ ଆମ୍ବ, ଜଗନ୍ନାଥ ପୁର, ଲଳିତ ପୁର, କନ୍ନାଇ ପୁର,
.କୃଷ୍ଣ ପୁର, ବୁରୁପଡ଼ା, ତାନର୍ଜି ପଲି ଓ ବଟ ଖାଲ ପ୍ରଭୃତି ଗ୍ରାମରେ ରାଜଜେମା ଶାନ୍ତିପ୍ରିୟା ଗୀତାଞ୍ଜଳି ନିଜ ମା ନନ୍ଦିନୀ ଦେବୀ ଙ୍କ ସହ ମିଶି ବି ଜେ ଡି ସପକ୍ଷରେ ଜୋରଦାର ପ୍ରଚାର କରି ଭଉଣୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ନୂଆଁ ଚେହେରା ଶାନ୍ତିପ୍ରିୟା ଙ୍କୁ ଦେଖିବା ପାଇଁ ଗାଁ ଗାଁ ରେ ବେଶ ଭିଡ଼ ଜମିଥିଲା। ସବୁଠି ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
