You are currently viewing ଦିଗପହଣ୍ଡି ନିର୍ବାଚିତ ପ୍ରତିନିଧି ସଂଘ ପକ୍ଷରୁ ନବାଗତ ବିଡ଼ିଓଙ୍କୁ ସମ୍ବର୍ଦ୍ଧନା
ଦିଗପହଣ୍ଡି ନିର୍ବାଚିତ ପ୍ରତିନିଧି ସଂଘ ପକ୍ଷରୁ ନବାଗତ ବିଡ଼ିଓଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ନିର୍ବାଚିତ ପ୍ରତିନିଧି ସଂଘ ପକ୍ଷରୁ ଗୁରୁବାର ଦିନ ବ୍ଳକ ସମ୍ମିଳନୀ କକ୍ଷରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ନବାଗତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିତ୍ତରଞ୍ଜନ ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ବ୍ଲକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧିତ ଉତ୍ସବରେ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର , ୨୫ ନଂ ଜୋନ୍ ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ୨୮ ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ଅଧ୍ଯକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ସରପଞ୍ଚ ରଞ୍ଜନ କୁମାର ସାହୁ , ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ବିଜୟ କୁମାର ପ୍ରଧାନ , ଗିତାଞ୍ଜଳୀ ଜାନୀ , ଭାରତୀ ବ୍ରହ୍ମା , ଲିଙ୍ଗରାଜ ଦୋରା , ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣା ରାଓ ସୁବୁଦ୍ଧି , ରବିଚନ୍ଦ୍ର ଗୈାଡ , ପ୍ରଶାନ୍ତ କୁମାର ପ୍ରଧାନ , ଚିତ୍ରସେନ ଗୈାଡ , ଶିଶିର ପ୍ରଧାନ , ପ୍ରଦୀପ କୁମାର ସେଠୀ , ସିମାଞ୍ଚଳ ଗୈାଡ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ପ୍ରଥମେ ନିଜର ପରିଚୟ ପ୍ରଦାନ କରିବା ସହ ନିଜ ନିଜ ପଞ୍ଚାୟତରେ ରହିଥିବା ମୌଳିକ ସମସ୍ୟା ବିଡ଼ିଓଙ୍କ ନିକଟରେ ଉପସ୍ଥାପନା କରିଥିଲେ। ଏହି ଅବସରରେ ନବାଗତ ଅଧିକାରୀ ଶ୍ରୀ ଦାସ ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ଏବଂ ଜନ ସାଧାରଣଙ୍କ ମଧ୍ୟରେ ଏକାଗ୍ରତା ରହି ସରକାରୀ ଯୋଜନା ଗୁଡିକ କାର୍ଯ୍ୟ କରି ପଞ୍ଚାୟତର ବିକାଶ ଉପରେ ଗୁରୁତ୍ବ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏପରିକି ସମସ୍ତଙ୍କ ଭିତରେ ଉତ୍ତମ ବୁଝାମଣା ଓ ସୁସମ୍ପର୍କ ସ୍ଥାପନ ଦ୍ବାରା ପଞ୍ଚାୟତ ବିକାଶରେ ସହାୟକ ହୋଇପାରିବ ଏବଂ ଆଗାମୀ ଦିନରେ ଦିଗପହଣ୍ଡି ବ୍ଳକକୁ ସମଗ୍ର ଜିଲ୍ଲାରେ ନୁହେଁ ଓଡ଼ିଶା ରାଜ୍ୟରେ ଏକ ନମ୍ବର ବ୍ଳକ ଭାବେ ପରିଗଣିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ସାଧୁବାଦ ଜଣାଇଥିଲେ । ( ରିପୋର୍ଟ ଦିଗପହଣ୍ଡି ରୁ କିରଣ କୁମାର ବେହେରା )