You are currently viewing ଜଗନ୍ନାଥ ପ୍ରସାଦ ବ୍ଲକରେ ପ୍ରଥମ ମିଶନଶକ୍ତି କାଫେ ଉଦଘାଟନ l
ଜଗନ୍ନାଥ ପ୍ରସାଦ ବ୍ଲକରେ ପ୍ରଥମ ମିଶନଶକ୍ତି କାଫେ ଉଦଘାଟନ l

ଜଗନ୍ନାଥ ପ୍ରସାଦ -07-01-2024 (ଚିତ୍ତରଞ୍ଜନ ଗନ୍ତାୟତ )ଜଗନ୍ନାଥ ପ୍ରସାଦ ବ୍ଲକ ମିଶନ ଶକ୍ତି ଭବନ କାର୍ଯ୍ୟାଳୟ ପରିସରରେ ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟନ ହୋଇଯାଇଛି l ଆଜି ଦିନ ୧୧ଘଣ୍ଟିକା ସମୟରେ ବିଧାୟକ ତଥା ମାନ୍ୟବର ଅର୍ଥମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଫେକୁ ଉଦଘାଟନ କରିଥିବା ବେଳେ ବ୍ଲକ ଅଧକ୍ଷା ଶ୍ରୀମତୀ ଜୟଶ୍ରୀ ସାହୁ,ଉପାଧକ୍ଷ ରଞ୍ଜିତ ପାତ୍ର,୨୩ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ପ୍ରଧାନ,୨୪ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ମାନସୀ ସେଠି,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶ୍ୱିନି କୁମାର ମହାପାତ୍ର, ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଦର୍ଶନୀ ନାୟକ, ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଅରୁଣ କୁମାର ସିଂ ବ୍ଲକ ସଂଯୋଜିକା ସୀତା ବରାଳ ପ୍ରମୁଖ ମଞ୍ଚାସିନ ରହିଥିଲେ l ରାଜ୍ୟ ସରକାର ମହିଳା ମାନଙ୍କର ସର୍ବାଙ୍ଗୀନ ଉନ୍ନତି ସହ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟତା ଦେଇ ଆସୁଛନ୍ତି l ଏହି ମିଶନ ଶକ୍ତି କାଫେ ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପାଦ ଆଗକୁ ଯାଇ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଅନୁପ୍ରାଣୀତ କରିବ ବୋଲି ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଏଠାରେ ଯୋଗ ଦେଇ ମତ ପ୍ରକାଶ କରିଥିଲେ l ସେହିପରି ସଂପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ଵାରା ପରିଚାଳିତ ଏହି ଅଭିନବ କାଫେ ସ୍ୱାବଲମ୍ବୀ ହେବାରେ ଅନେକ ମହିଳାଙ୍କୁ ଅନୁପ୍ରାଣୀତ କରିବ ବୋଲି ବ୍ଲକ ଅଧକ୍ଷା ଶ୍ରୀମତୀ ସାହୁ ଏହାର ଉଦଘାଟନ ଅବସରରେ କହିଛନ୍ତି l ବ୍ଲକ ସଂଯୋଜିକା ସୀତା ବରାଳକୁ ଏହି କାଫେର ପରିଚାଳନା ଦାୟିତ୍ଵ ଦିଆଯାଇଛି l ବ୍ଲକ ଲେବେଲ ଫେଡେରେସନ ସଭାପତି ଆଶାରାଣୀ ସାହୁ, ସମ୍ପାଦକ ଗୀତାରାଣୀ ବିଶୋଇ ଏବଂ ତାଙ୍କର ସହଯୋଗୀ ଏହାର ଦାୟିତ୍ୱ ନେଇଥିବା ବେଳେ ଏହି କାଫେ ଠାରେ ସକାଳ ଚାହା,କଫି ଠାରୁ ଆରମ୍ଭ କରି ସୁସ୍ୱାଦ ଜଳଖିଆ ଏବଂ ରାତ୍ର୧୦ ଘଣ୍ଟ ପର୍ଯ୍ୟନ୍ତ ସୁସ୍ୱାଦ ଖାଦ୍ୟ ଉପଲବ୍ଧ ଥିବା ବିଏଲଏଫ ଶ୍ରୀମତୀ ସୀତା ବରାଳ ସୂଚନା ଦେଉଛନ୍ତି l

କାଫେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରକଳ୍ପ ପରିଚାଳକ ବ୍ଲକ ସଂଯୋଜକ ବିବେକାନନ୍ଦ ମହାପାତ୍ର, ଦେବି ପ୍ରସାଦି ବେହେରା,ଭକ୍ତି ସାଗର ପ୍ରଧାନଙ୍କ ସମେତ ମିଶନଶକ୍ତି କର୍ମଚାରୀ, ବ୍ଲକ କର୍ମଚାରୀ, ପୋଲିସ ବିଭାଗ ର ସମସ୍ତ କର୍ମଚାରୀ,ଅଞ୍ଚଳର ରାଜନେତା ମାନେ ଉପସ୍ଥିତ ଥିଲେ l