You are currently viewing ସୋରଡ଼ା ବ୍ଳକ ୬୬ ନଂ. ଜୋନ ରେ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ
ସୋରଡ଼ା ବ୍ଳକ ୬୬ ନଂ. ଜୋନ ରେ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

ଯୋଗ ଦେଲେ ସୋରଡ଼ା ବିଧାୟକ

୧/୯,(ସୋରଡ଼ା) ସୋରଡ଼ା ବ୍ଳକ ୬୬ ନଂ ଜୋନ ର ଲାଠିପଡ଼ା ମା ଦକ୍ଷିଣ କାଳୀ ମନ୍ଦିର ଠାରେ ଜୋନ ସ୍ତରୀୟ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଖାଉଟି କାର୍ଡ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରିଛନ୍ତି, ଉକ୍ତ କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସହ ସୋରଡ଼ା ସମିତି ଅଧ୍ୟକ୍ଷ ଅମୁଲ୍ୟ ସାହୁ,

ଲାଠିପଡ଼ା ସରପଞ୍ଚ ସୁବାସିନୀ ମଣ୍ଡଳ,ସମିତି ସଭ୍ୟ ସତ୍ୟ ମଳିକ ପାଲାକାଟୁ ସରପଞ୍ଚ ବାବୁରାମ ମଳିକ, ସରାବାଡ଼ି ପଂଚାୟତ ପୂର୍ବତନ ସରପଞ୍ଚ ବନମାଳୀ ସ୍ୱାଇଁ ଓ ସୋରଡ଼ା ବ୍ଳକ ଯୋଗାଣ ନିରୀକ୍ଷକ ସୁମନ୍ତ ମଳିକ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପୂର୍ଣ କାର୍ଯ୍ୟକ୍ରମ ଟିକୁ ବରିଷ୍ଠ ଆଇନଯିବି ଭଗବାନ ମୁନି ପରିଚାଳନା କରିଥିଲେ।

ଏହି ୬୬ ନଂ. ଜୋନ ର ସରାବାଡ଼ି, ନୁଆଁଗଡ, ସୁରମଣୀ, ଗୋପାଳପୁର ଶାସନ, ପାଲକାଟୁ, ଲାଠିପଡ଼ା ଓ କୁଲାଙ୍ଗୀ ଗ୍ରାମ ପଞ୍ଚାୟତ ର ନୂତନ ୨୨୭ ଟି ଖାଉଟି କାର୍ଡ ବଣ୍ଟନ କରାଯାଇଥିଲା। ଦୀର୍ଘ ଦିନ ଧରି ଖାଉଟି କାର୍ଡ ରୁ ବଞ୍ଚିତ ଥିବା ହିତାଧିକାରୀ ମାନେ ନୂତନ ଖାଉଟି କାର୍ଡ ପାଇ ନିଜର ଖୁସି ବ୍ୟକ୍ତ କରିବା ସହ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ଓ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଦେଇଛନ୍ତି।

ଆଗାମି ଦିନ ରେ ଖାଉଟି କାର୍ଡ ରୁ ବଞ୍ଚିତ ଥିବା ସମସ୍ତ ହିତାଧିକାରୀ ଙ୍କୁ ଖାଉଟି କାର୍ଡ ପ୍ରଦାନ କରିବାର ପ୍ରତିଶୃତି ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସ୍ଥାନୀୟ ଯୁବ ସମାଜ ସେବି ସଞ୍ଜୟ ଗୁରୁ, ଭିକାରି ଜେନା, ଯୋଗୀ ଜେନା, ବାହାନ ଜେନା, ପ୍ରଦୀପ ପ୍ରଧାନ, କୁନା ନାୟକ କୃଷ୍ଣ ସ୍ୱାଇଁ ଓ ରୁମା ସ୍ୱାଇଁ ପ୍ରମୁଖ ସାହାର୍ଯ୍ୟ କରିଥିଲେ।