You are currently viewing ବେଲଗୁଣ୍ଠା ସହରରେ ଉପ ନିବନ୍ଧକ କାର୍ଯ୍ୟାଳୟ ଉଦଘାଟିତ
ବେଲଗୁଣ୍ଠା ସହରରେ ଉପ ନିବନ୍ଧକ କାର୍ଯ୍ୟାଳୟ ଉଦଘାଟିତ

ବେଲଗୁଣ୍ଠା -୩/୨-ବେଲଗୁଣ୍ଠା ଏନ୍.ଏ.ସି ରେ ଉପ-ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ଉଦଘାଟକ ଭାବେ ଯୋଗ ଦେଇ ଏହା ବେଲଗୁଣ୍ଠା ଅଞ୍ଚଳ ବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅବଦାନ ବୋଲି କହିଥିଲେ । ବେଲଗୁଣ୍ଠା ଆମ ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଜାଗାବାଡି ଘର ରେଜିଷ୍ଟ୍ରେସନ ପାଇଁ ଭଞ୍ଜନଗର ଯିବା ପାଇଁ ପଡୁଥିଲା କିନ୍ତୁ ବର୍ତ୍ତମାନ ବେଲଗୁଣ୍ଠା ଅଞ୍ଚଳ ବାସିନ୍ଦା ନିଜ ପାଖରେ ଏସବୁ ସରକାରୀ ସୁବିଧା ପାଇପାରିବେ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବେଲଗୁଣ୍ଠା ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ଶ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠା ଏନ୍.ଏ.ସି ଅଧ୍ୟକ୍ଷ ଫିରୋଜ ସେଠୀ, ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ ଶତପଥୀ, ଅତିରିକ୍ତ ତହସିଲଦାର ଧରଣୀଧର ବେହେରା, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ସମିତି ସଭ ବିଭୁପାଦ ଜେନା, ସରପଞ୍ଚ ଦୁର୍ଗାମାଧବ ନାୟକ ,କାଉନସିଲର ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ, ରଞ୍ଜିତ ସାମଲ, ଦିଲ୍ଲୀପ ଆଚାରୀ, ଚିଦାନନ୍ଦ ପାତ୍ର, ବିଶ୍ୱନାଥ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ-ଶିବରାମ ଚୌଧୁରୀ