You are currently viewing ପୁଣି ଜୋର ଧରିଲା ବିଧାୟିକା ହଟାଓ ଆସିକା ବଞ୍ଚାଅ ନାରା…ବନ୍ଧୁ ମିଳନ ରେ ଏକାଠି ହୋଇ ମେଳି ବାନ୍ଧିଲେ ….!
ପୁଣି ଜୋର ଧରିଲା ବିଧାୟିକା ହଟାଓ ଆସିକା ବଞ୍ଚାଅ ନାରା…ବନ୍ଧୁ ମିଳନ ରେ ଏକାଠି ହୋଇ ମେଳି ବାନ୍ଧିଲେ ….!

ଆସିକା: ୫-୧ (ଶକ୍ତି ପ୍ରସାଦ କର) ଆସିକା ରେ ବିଜେଡ଼ି ଗୋଷ୍ଟି କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ମା ଖମ୍ବେଶ୍ୱରୀ ପୀଠର ପଛପଟେ ଏକ ନୂତନ ବର୍ଷର ବନ୍ଧୁ ମିଳନ ରେ ବିଧାୟିକା ବିରୋଧୀ ମଞ୍ଚର ବହୁ ଆଗଧାଡ଼ିର ନେତା ମେଳି ବାନ୍ଧି ମା ପୁଅ ହାଟାଓ ଆସିକା ବଞ୍ଚାଅ ପାଇଁ ବଜ୍ର ଶପଥ ନେଇଥିବା ଦେଖିବକୁ ମିଳିଛି। ଆଜିର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ର ଦୁଇ ଅଧକ୍ଷ ହରେକୃଷ୍ଟ ମଲ୍ଲିକ, କଳ୍ପନା ଭୋଳ, ଗଞ୍ଜାମ ଜିଲ୍ଲାର ସରପଞ୍ଚ ସଭାପତି ଭବାନୀ ଶଙ୍କର ମଲ୍ଲିକ, ସାଂସଦ ପ୍ରତିନିଧି ନାରାୟଣ ସ୍ୱାଇଁ ଙ୍କ ନେତୃତ୍ୱ ରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ର ୩୯ ପଞ୍ଚାୟତ ର ବହୁ ନେତା ଓ କର୍ମୀମାନେ ଯୋଗଦେଇଥିଲେ। ଆଜିର ଏହି ବନ୍ଧୁ ମିଳନ ଅବସରରେ ବିଜେଡ଼ି ର ଆଗଧାଡ଼ିର ନେତା ମାନେ ଗୋଟିଏ ସ୍ୱର ରେ କହିଛନ୍ତି, ଆସିକା ରେ ଆଗାମୀ ସାଧରଣ ନିର୍ବାଚନରେ ଜଣେ ଦୃଢ଼ ସଂଗଠକ ଥିବା ନୂଆ ମୁହଁବ୍ୟକ୍ତି ଙ୍କୁ ଟିକେଟ ଦେବାକୁ ଦାବୀ କରିଥିଲେ। ଆସିକା ରେ ପାରିବାରିକ ରାଜନୀତି ସାଙ୍ଗକୁ ପିସି କାରବାର ସମ୍ପୂର୍ଣ ବନ୍ଦ କରିବା କୁ ବହୁ ବକ୍ତା ମତବ୍ୟକ୍ତ କରିଥିଲେ।