You are currently viewing ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିର୍ବାଚନୀ ବିଗୁଲ ବଜାଇଲେ ବିଜେଡି ପ୍ରାଥୀନି
ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିର୍ବାଚନୀ ବିଗୁଲ ବଜାଇଲେ ବିଜେଡି ପ୍ରାଥୀନି

ଆଗାମୀ 2024 ସାଧାରଣ ନିର୍ବାଚନ ପାଇଁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ବ୍ଲକ ରେ ବିଜୁ ଜନତା ଦଳର ଉଭୟ ବିଧାୟିକା ଓ ସାଂସଦ ପ୍ରାଥୀ ସାଙ୍କୁଡ଼ା ସରପଞ୍ଚ ସୁଷମା ତିଆଡ଼ି ଓ ବେଗୁନିଆପଡା ସରପଞ୍ଚ ମନୀଷା ପ୍ରଧାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ନିର୍ବାଚନର ବିଗୁଲ ବଜାଇଛନ୍ତି । ବେଗୁନିଆପଡା ଓ ସାଙ୍କୁଡ଼ା ଠାରେ ଜନସାଧାରଣ ଙ୍କ ପକ୍ଷରୁ ବର୍ତମାନର ବିଧାୟିକା ତଥା ବିଜେଡି ବିଧାୟିକା ପ୍ରାଥୀ ଲତିକା ପ୍ରଧାନ ଓ ଆସିକା ସାଂସଦ ପ୍ରାଥୀ ଡକ୍ଟର ରଂଜିତା ସାହୁ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ । ଉଭୟ ଙ୍କୁ ପ୍ରାଥୀ କରି ଜନସାଧାରଣ ଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, 5T ଅଧକ୍ଷ ଭି. କେ. ପାଣ୍ଡିଆନ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିସହ କର୍ମୀ ମାନଙ୍କୁ ବିଜୟ ମନ୍ତ୍ର ପ୍ରଦାନ କରିଥିଲେ। ଏଥିରେ ଉପସ୍ଥିତ ଜନପ୍ରତିନିଧି ମାନେ ଉଭୟ ପ୍ରାଥୀ ଙ୍କୁ ବିପୁଳ ଭୋଟ ରେ ଜୟଯୁକ୍ତ କରିବା ପାଇଁ ନବୀନ ବାବୁଙ୍କ ବିକାଶ କାର୍ଯ୍ୟକ୍ରମ ଓ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।