You are currently viewing ଜିରାବାଡି ପଞ୍ଚାୟତ ରେ ରୋଡ ସୋ ଏବଂ ସାଧାରଣ ସଭାରେ ସହ ସହ ଜନସାଧାରଣ
ଜିରାବାଡି ପଞ୍ଚାୟତ ରେ ରୋଡ ସୋ ଏବଂ ସାଧାରଣ ସଭାରେ ସହ ସହ ଜନସାଧାରଣ

ଜଗନ୍ନାଥ ପ୍ରସାଦ – ( ଚିତ୍ତରଞ୍ଜନ ଗନ୍ତାୟତ )ଆଗାମୀ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୨୦ତାରିଖରେ ହେବାକୁ ଯାଉଛି | ଏଇ ପରିପେକ୍ଷୀରେ କନ୍ଧମାଳ ଲୋକସଭାଆସନ ଓ ବିଧାନସଭା ଆସନ ପାଇଁ ଆଠଜଣ ଲେଖାଏଁ ପାର୍ଥୀ ପ୍ରତିଦ୍ବନ୍ଦୀତା କରୁଛନ୍ତି l ଭଞ୍ଜନଗର ବିଧାନସଭା ଆସନ ପାଇଁ ବିଶେଷଭାବେ ତ୍ରିମୁଖୀ ଲଢେଇଙ୍କ ନିର୍ବାଚନି ପ୍ରଚାର ଓ ପ୍ରସାର ଦେଖିବକୁ ମିଳୁଛି l ବିଜେଡି ଦଳ ପକ୍ଷରୁ ବିଧାୟକ ପାର୍ଥୀ ବିକ୍ରମ କେଶରୀ ଆରୁଖଙ୍କ ପଲ୍ଲାଭାରୀ ଅଞ୍ଚଳରେ ରହୁଥିବା ବେଳେ ଦ୍ୱିତୀୟରେ ବିଜେପି ସମର୍ଥିତ ପ୍ରଦ୍ୟୁମ୍ନ କୁମାର ନାୟକ ଓ ତୃତୀୟରେ କଂଗ୍ରେସ ସମର୍ଥିତ ବିଧାୟକପାର୍ଥୀ ପ୍ରଶାନ୍ତ କୁମାର ବିଶୋଇଙ୍କ ପ୍ରଚାର ଜୋର ଧରିଛି l ଆଜି ସନ୍ଧ୍ୟାରେ ଜଗନ୍ନାଥ ପ୍ରସାଦ ବ୍ଲକର ନୂତନ ଭାବେ ଗଢିଉଠିଥବା ଜିରାବାଡ଼ି ପଞ୍ଚାୟତର ସରପଞ୍ଚ ସରୋଜ କୁମାର ନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ପଥପ୍ରାନ୍ତ ସଭ୍ୟ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ତଥା ବିଧାୟକପାର୍ଥୀ ବିକ୍ରମ କେଶରୀ ଆରୁଖ, ବ୍ଲକ ଉପାଧକ୍ଷ ରଞ୍ଜିତ କୁମାର ପାତ୍ର,୨୪ନମ୍ବର ଜିଲ୍ଲାପରିଷଦସଭ୍ୟା ମାନସୀ ସେଠୀ,ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ,ସରପଞ୍ଚ ସରୋଜ କୁମାର ନାୟକ, ସମିତିସଭ୍ୟ କିଶୋର ଚନ୍ଦ୍ର ପ୍ରଧାନ, ନାଏବସରପଞ୍ଚ ସସ୍ମିତା ପ୍ରଧାନ,ପୂର୍ବତନ ଅଧକ୍ଷା ଗୀତାଞ୍ଜଳି ବେହେରା,ପୂର୍ବତନ ସରପଞ୍ଚ ସାବିତ୍ରୀ ବେହେରା, ସମାଜସେବୀ ସୁଳପାଣି ଶତପଥୀ ପ୍ରମୁଖ ମଞ୍ଚାସିନ ରହିଥିଲେ l ଜିରାବାଡ଼ି ଗ୍ରାମ ପରାମ୍ଭରୁ ମାନ୍ୟବର ଅର୍ଥମନ୍ତ୍ରୀ ତଥା ବିଧାୟକପାର୍ଥୀ ଶ୍ରୀ ଅରୁଖଙ୍କୁ ସ୍ୱାଗତ କରି ଜନସମ୍ପର୍କ ପଦଯାତ୍ରାରେ ବଡଦାଣ୍ଡ ସ୍ଥିତ ସଭା ସ୍ଥଳକୁ ହଜାର ହଜାର କର୍ମୀ ପାଛୋଟି ନେଇଥିଲେ l ଏହି ପଥପ୍ରାନ୍ତସଭାରେ ଗ୍ରାମବାସୀଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସମ୍ପର୍କରେ ସଚେତନତା କରିବା ସହିତ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଶିକ୍ଷା ,ସ୍ବାସ୍ଥ୍ୟ ଗମନାଗମନ , କୃଷି ଓ କୃଷକ ହିତକାରୀ ଯୋଜନା ସମନ୍ଧରେ ସଚେତନା କରିଥିଲେ l ଜନତାଙ୍କ ସ୍ୱାର୍ଥରେ କାମ କରୁଥିବା ବିଜେଡି ତାର ସଫଳତା ବଜାୟ ରଖିଥିବାକୁ କହିଥିଲେ l

ଏହା ସହିତ ବିଭିନ୍ନ ବିକାଶ ଧାରାକୁ ବଜାୟ ରଖିବାକୁ ଜନସାଧାରଣଙ୍କୁ ଆହ୍ଵାନ ସହ ବିଜେଡି ସପକ୍ଷରେ ଜନମତ ବଜାୟ ରଖିବାକୁ ସାଧାରଣରେ ଆହ୍ଵାନ ଦେଇଥିଲେ l ବିଜେଡି ଦଳ ପକ୍ଷରୁ କନ୍ଧମାଳ ସାଂସଦ ଆସନ ପାଇଁ ଡକ୍ତର ଅଚ୍ୟୁତାନନ୍ଦ ସାମନ୍ତ ଏବଂ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକପାର୍ଥୀ ପାଇଁ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କୁ ଦୁଇଟି ଶଙ୍ଖ ଚି଼ହ୍ନରେ ମୋହର ମାରି ବିଜୟୀ କରିବାକୁ ଭୋଟଭିକ୍ଷା କରିବା ସହ ବିଜେପି ଦଳକୁ ଯାତ୍ରା ପାର୍ଟି ଦଳ ବୋଲି ସମାଲୋଚନା କରିଥିଲେ l ସଭା ଶେଷରେ ଜିରାବାଡ଼ି ଗ୍ରାମବାସୀଙ୍କ ଦ୍ୱାରା ଘଣ୍ଟ,ମୃଦଙ୍ଗ ବଜାଇ ଶ୍ରୀ ଆରୁଖ ଗ୍ରାମ ପରିକ୍ରମା କରାଇ କରିଥିଲେ l