କୋଦଳା
ହଜାର ହଜାର ଲୋକଙ୍କ ଗହଣରେ ରୋଡ୍ ସୋ କରି ନାଟକ ଉଦଘାଟନ କଲେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଚର୍ଚ୍ଚିତ ବିଜେଡି ନେତା ହରପ୍ରସାଦ ସାହୁ ।ଗତକାଲି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ୍ ଛଚିନା ଠାରେ ଦେଖିବାକୁ ମିଳିଛି ହରଙ୍କ ବିଶାଳ ଶୋଭାଯାତ୍ରା। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ନେତା। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳରୁ ଆଶାୟୀ ଥିବା ହର ପ୍ରସାଦ ସାହୁଙ୍କ ଏହି ରୋଡ୍ ସୋ କୁ ନେଇ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ରୋଡ୍ ସୋ ପରେ ସାମାଜିକ ନାଟକ ଉଦଘାଟନ କରିଥିଲେ ହରକଂ ସହ ଧର୍ମପତ୍ନୀ ତଥା ପୂର୍ବତନ କୋଦଳା ଏନଏସି ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ ଓ କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ଡଃ ରଞ୍ଜିତା ସାହୁ ।ଏଥିରେ ଯୋଗ ଦେଇଥିଲେ କବିସୂର୍ଯ୍ୟନଗର ଏନ୍ଏସି ପୂର୍ବତନ ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ମନୋରଞ୍ଜନ ମହାପାତ୍ର, ବେଗୁନିଆପଡ଼ା ବ୍ଳକ ପୂର୍ବତନ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, ପ୍ରବାସୀ ଓଡିଆ ସଂଗଠକ ବିଜୟ କଅଁରକଂ ସମେତ କବିସୂର୍ଯ୍ୟନଗର ଏନ୍ଏସି ର ବହୁ କାଉନସିଲର ପ୍ରତିନିଧି, କୋଦଳା ଏନଏସି ର ବହୁ ପୂର୍ବତନ କାଉନସିଲର ଓ ପ୍ରତିନିଧି, ବେଗୁନିଆପଡ଼ା ଅଞ୍ଚଳର ବହୁ ପୂର୍ବତନ ଜନପ୍ରତିନିଧି ।ରାଜ୍ୟରେ ମୁଖ୍ଯମନ୍ତ୍ରୀ ତଥା ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ କ୍ରମାଗତ ବିକାଶ ଧାରାରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ ହରପ୍ରସାଦ। ଅପରପକ୍ଷେ ଉପଯୁକ୍ତ ନେତୃତ୍ୱର ଅଭାବ ଯୋଗୁଁ ତୃଣମୂଳସ୍ତରରେ କର୍ମକର୍ତ୍ତାଙ୍କୁ ଅଣଦେଖା କରାଯାଉଥିବା , ଉର୍ନ୍ନତିକରଣ ନାମରେ ହରିଲୁଟ କରୁଥିବା ନେତାଙ୍କୁ ଆଗାମୀ ନିର୍ବାଚନରେ ଲୋକେ ହିଁ ଉଚିତ୍ ଜବାବ ଦେବେ ବୋଲି କହିଥିଲେ। ଆଗାମୀ ନିର୍ବାଚନରେ ହରପ୍ରସାଦଙ୍କୁ ବିଜୁ ଜନତା ଦଳରୁ ବିଧାୟକ ପ୍ରାର୍ଥୀ କରାଗଲେ ଏକ ପାଖିଆ ତଥା ରେକର୍ଡ ବିଜୟ ହେବ ବୋଲି ମତ ଦେଇଥିଲେ ବହୁ ପୂର୍ବତନ ତଥା ବର୍ତ୍ତମାନର ଜନପ୍ରତିନିଧି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
