You are currently viewing କୁକୁଡ଼ାଖଣ୍ଡି ବ୍ଲକ୍ ସମିତି ସଭ୍ୟ ସଭ୍ୟା ସଂଘ ଗଠିତ
କୁକୁଡ଼ାଖଣ୍ଡି ବ୍ଲକ୍ ସମିତି ସଭ୍ୟ ସଭ୍ୟା ସଂଘ ଗଠିତ

କୁକୁଡ଼ାଖଣ୍ଡି ବ୍ଳକ ସମିତି ସଭ୍ୟ ସଂଘର ନୂତନ ରୂପାନ୍ତରିକରଣ କରାଯାଇଥିଲା ଏଥିରେ ସଭାପତି ରୂପେ କାହ୍ନୁ ଚରଣ ପାତ୍ର, ଉପସଭାପତି ବିଷ୍ଣୁପ୍ରିୟା ପାତ୍ର ଓ ଲକ୍ଷ୍ମୀ ସ୍ବାଇଁ, ସାଧାରଣ ସମ୍ପାଦକ ଚଣ୍ଡୀ ଚରଣ ସାହୁ, ସମ୍ପାଦିକା-ସୁନିତା ସେଠୀ, ଯୁଗ୍ମ ସମ୍ପାଦକ ଅଶୋକ ଦାଶ ଓ ପ୍ରତିମା ମଲ୍ଲିକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ଏବଂ ରାଜଲକ୍ଷ୍ମୀ ଦାସଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତେ ଏକମନ ହୋଇ କାମ କରିବା ପାଇଁ ଶପଥ ନେଇଥିଲେ । ଆଗାମୀ ଦିନରେ ସମିତି ମେମ୍ବର ମାନଙ୍କ ହକ୍ ପାଇଁ ଲଢେଇ ଜାରି ରହିବ । ରାଜ୍ୟ ସ୍ତରୀୟ ସମିତି ସଭ୍ୟ/ସଭ୍ୟା ସଂଗଠନ ଯେଉଁ ଆନ୍ଦୋଳନ ଜାରି ରଖିଛି ତାକୁ ସମସ୍ତେ ପୂର୍ଣ୍ଣ ସହମତରେ ସହଯୋଗ କରିବା ପାଇଁ ମତ ପ୍ରକାଶ କଲେ । ଅନ୍ୟ ସମିତି ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରେ କେ ସୁଜାତା , ମଦନ ନାୟକ , ରେବତୀ ବେହେରା , ଜଗନ୍ନାଥ ଭୂୟାଁ , ବିଷ୍ଣୁ ବେହେରା ଓ ସୁନୀତା ଦାସ ସଂଗଠନକୁ ସମର୍ଥନ କରିଥିଲେ ।