You are currently viewing ବାବନପୁର ପଞ୍ଚାୟତରେ ବିଧାୟିକାଙ୍କ ଦ୍ୱାରା ୩୦ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ଥର ସ୍ଥାପନ ।
ବାବନପୁର ପଞ୍ଚାୟତରେ ବିଧାୟିକାଙ୍କ ଦ୍ୱାରା ୩୦ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ଥର ସ୍ଥାପନ ।

ଆସିକା,୬/୯ (ଶକ୍ତି ପ୍ରସାଦ କର) ଆସିକାରେ ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିବା ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ।

ଆସିକା ବ୍ଲକ ବାବନପୁର ଗ୍ରାମରେ ସରପଚଂ ସଞ୍ଜୟ କୁମାର ନାୟକ ଓ ସମିତିସଭ୍ୟ ସନ୍ତୋଷ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଧାୟିକା ମଞ୍ଜୁଳା ସ୍ୱାଇଁ ବାବନପୁର ଗୋଟିଏ ପଚାଂୟତ ଗୋଟିଏ ଗାଁରେ ପ୍ରଥମେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଦଣ୍ଡକାଳୀ ମନ୍ଦିରର ମୁଖଶାଳାକୁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ।

ଏହାପରେ ରଘୁନାଥ ମନ୍ଦିର ଷ୍ଟୋର ରୁମର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଯାହାର ବ୍ୟୟ ଅଟକଳ ୪ ଲକ୍ଷ ୫୦ ହଜାର ଟଙ୍କା ରହିଛି । ସେହିଭଳି ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପନ୍ଦରା କଲୋନୀ ରାସ୍ତାର ଭିତିପ୍ରସ୍ଥର ସ୍ଥାପନା, ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୁମ୍ଭାର ସମାଜ କୋଠଘର ସମ୍ପ୍ରସାରଣର ଭିତିପ୍ରସ୍ଥର ସ୍ଥାପନ, ଲକ୍ଷ୍ମୀ ମନ୍ଦିର ନିର୍ମାଣ ଓ ସୈାନ୍ଦର୍ଯ୍ୟକରଣ ପାଇଁ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ, ସ୍ୱର୍ଗତ ଲଡୁକିଶୋର ସ୍ୱାଇଁଙ୍କ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋଠ ଘର ନିର୍ମାଣ, ଗଣେଶ ମନ୍ଦିର ନିର୍ମାଣ ଓ ସମ୍ପ୍ରସାରଣର ଭିତିପ୍ରସ୍ଥର ସ୍ଥାପନ ପାଇଁ ୩ ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବଜାର ଗୃହ ନିର୍ମାଣର ଭିତିପ୍ରସ୍ଥର ସ୍ଥାପନ ବିଧାୟିକା ମଞ୍ଜୁଳା ସ୍ୱାଇଁ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସିକା ବ୍ଲକ ବିଜେଡି ସଭାପତି ରାଜେଶ କୁମାର ପଟ୍ଟନାୟକ, ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହକ, ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ବିଜେଡି ନେତା ଅଭିମନ୍ୟୁ ନାହକ, ଆସିକା ବ୍ଲକ ଉପାଧ୍ୟକ୍ଷା ରେଶମା ଦୋରା, ଆସିକା ଏନଏସି ଉପାଧ୍ୟକ୍ଷା ଜୟନ୍ତି ବିଷୋୟୀ, ହରିଡାପଦର ସରପଚଂ ଜୟନ୍ତି ବେହେରା, ଦୈାତାରୀ ବେହେରା, ସରପଚଂ ଜୟସେନ ସ୍ୱାଇଁ, ଦୁର୍ଗା ବେହେରା, ପୂର୍ବତନ ସରପଚଂ ବିଜୟ ନାହକ, ପୁର୍ବତନ ସରପଚଂ ନାଗାର୍ଜୁନ ବିଷୋୟୀ, ପୂର୍ବତନ ସରପଚଂ ଟୁଲୁ ଜେନା, ସନ୍ତୋଷ ସ୍ୱାଇଁ, ୩ ନମ୍ବର ଜିଲ୍ଲାପରିଷଦ ସଭ୍ୟ ବି.ମନୋଜ କୁମାର ଦୋରା, ମଙ୍ଗଳପୁର ସରପଚଂ ଦେବରାଜ ନାହକ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ବିଜେଡି ନେତା ଏବଂ କର୍ମୀ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଗ୍ରାମ ପରିକ୍ରମା କରିଥିଲେ । ବାବନପୁର ଗ୍ରାମରେ ବିରାଟ ପଟୁଆର ବେଳେ ବିଭିନ୍ନ ସ୍ଥାନରେ ବିଧାୟିକାଙ୍କୁ ସ୍ୱଂୟ ସହାୟକ ଗୋଷ୍ଠି ପକ୍ଷରୁ ବନ୍ଦାପନା କରି ହୁଳହୁଳିରେ ସ୍ୱାଗତ କରିଥିଲେ ।