You are currently viewing ବିଜେଡ଼ି ତରଫରୁ ପୁଣି ଖଲିକୋଟ ନିର୍ବାଚନ ମଣ୍ଡଳୀରେ ସୂର୍ଯ୍ୟମଣି ବୈଦ୍ୟଙ୍କୁ ଟିକେଟ ପ୍ରଦାନ ।
ବିଜେଡ଼ି ତରଫରୁ ପୁଣି ଖଲିକୋଟ ନିର୍ବାଚନ ମଣ୍ଡଳୀରେ ସୂର୍ଯ୍ୟମଣି ବୈଦ୍ୟଙ୍କୁ ଟିକେଟ ପ୍ରଦାନ ।

ଖଲିକୋଟ , ୦୧/୦୫ -:- ୨ୟ ପର୍ଯ୍ୟାୟ ପରୀକ୍ଷା ରେ ଶେଷରେ ଉତୀର୍ଣ୍ଣ ହୋଇ ସୂର୍ଯ୍ୟ ମଣୀ ପାର୍ଥୀ ଟିକଟ ପାଇଲେ । କାଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ତାରା ତାରିଣୀ ଙ୍କ ଦର୍ଶନ କରି ନାମାଙ୍କନ ଦାଖଲ ପାଇଁ ଛତ୍ରପୁର ଯିବା ବେଳେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ବିଧାୟିକା ପାର୍ଥୀ ଙ୍କୁ ଅଣଦେଖା ଉପରେ ପୁରୁଷୋତ୍ତମପୁର ବ୍ଲକର ୧୫ ଗୋଟି ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ, ସଭ୍ୟା,ଙ୍କ ସହ ବହୁନେତା, କର୍ମୀ ଓ

ପୁରୁଷୋତ୍ତମପୁର ଏନଏସି ର ଅଧକ୍ଷା ପ୍ରିୟଙ୍କା ଗୌଡ଼, ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ବ୍ଲକ ବିଜେଡି ଯୁବ ସଭାପତି ନୀଳ ମଣୀ ପଣ୍ଡା, ଏନଏସିର ପ୍ରାୟ କାଉନ ସିଲର ଓକର୍ମୀ ମାନେ, ୪ନଂ କାଉନ ସିଲର ଅଶୋକ ମହାଙ୍କୁଡ, ଆସ୍କା ଏମପି ନମିନୀ ସୁଦର୍ଶନ ନାୟକ, ଭୀମପୁର ସମିତି ସଭ୍ୟ ଜଗନ୍ନାଥ ପାତ୍ର, ହିଲପେଡ ରେ ମାନସ ମଙ୍ଗରାଜ,ଙ୍କୁ ମିଶି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ବିଧ୍ୟାୟିକା ସୂର୍ଯ୍ୟ ମଣୀ ବୈଦ୍ୟ ଙ୍କୁ ଟିକଟ କାହିଁକି ଡିଆ ଯାଉନି ବୋଲି ସମସ୍ତେ ପ୍ରଶ୍ନ ପଚାରିବା ପରେ ମାନସ ମଙ୍ଗରାଜ କହିଲେ କି ମୁଖ୍ୟମନ୍ତ୍ରୀ ଙ୍କ ନାମାଙ୍କନ ସରିଲା ପରେ ଭୁବନେଶ୍ୱର ଆସନ୍ତୁ ଟିକଟ ଦିଆଯିବ ବୋଲି କହି ଗଲା ପରେ ଆଜି ସୂର୍ଯ୍ୟମଣୀ ବୈଦ୍ୟ ଏବଂ ତାଙ୍କ ସମର୍ଥକ ମାନେ ଭୁବନେଶ୍ୱର ଯାଇ

ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ବିଜେଡି ଟିକଟ ଧରି ଖଲ୍ଲିକୋଟ ଫେରି ଆସିଛନ୍ତି | ତେବେ ଟିକଟ ମିଳିଲା ପରେ ଖଲ୍ଲିକୋଟ ଓପୁରୁଷୋତ୍ତମପୁର ବ୍ଲକ ର ବିଜେଡି ନେତା, କର୍ମୀ ମାନଙ୍କ ମନରେ ହସ ଫୁଟି ଉଠିଛି, ଏବଂ ସେମାନେ ବାଣ ଫୁଟାଇ ସୂର୍ଯ୍ୟ ମଣୀ ବୈଦ୍ୟ ଙ୍କୁ ଅଭିନନ୍ଦନ ଜଣାଇ ତାଙ୍କରି ବିଜୟ କାମନା କରିଛନ୍ତି | ରିପୋର୍ଟ ପ୍ରସନ୍ନ କୁମାର ଦାସ