ଆସିକା,୨୮/୧୨ (ଶକ୍ତି ପ୍ରସାଦ କର) ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ସହରାଞ୍ଚଳ ପ୍ରଧନମନ୍ତ୍ରୀ ଆବାସ ଯୋଜନାର ଦ୍ଵାଦଶ ପର୍ଯ୍ୟାୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଆନୁକୁଲ୍ୟରେ ୨୪୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନ କରାଯାଇଥିଲା l ତେବେ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ଏନ୍. ଏ.ସି. କାର୍ଯୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍,ଏନ୍. ଏ.ସି.

ଅଧ୍ୟକ୍ଷା ବିନେତା ସ୍ୱାଇଁ, ସାଂସଦ ପ୍ରିତିନିଧି ସତ୍ୟ ନାରୟଣସ୍ୱାଇଁ, ଏନ୍. ଏ . ସି ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ ପ୍ରମୁଖ ଉପସ୍ଥତି ରହିଥିଲେ l ସହରାଞ୍ଚଳ ପ୍ରଧନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୪ଟି କିସ୍ତିରେ ଘର ବାବଦକୁ ୨ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଉଥିବା ବେଳେ ନିର୍ଦ୍ଧାରିତ ସମୟ ଚାରିମାସ ପୂର୍ବରୁ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ୨୦ ହାଜର ଟଙ୍କାର ବୋନସ, ଏବଂ ନିର୍ଦ୍ଧାରିତ ସମୟ ୬ ମାସ ପୂର୍ବରୁ ଘର କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ୧୦ ହାଜର ଟଙ୍କାର ବୋନସ ରାଶି ମିଳିବ ବୋଲି ଘୋଷଣା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଆସିକା ଏନେସିର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

