You are currently viewing ବୁରାତାଲ ପଂଚାୟତ ରେ ବି ଜେ ପି ର ମିଶ୍ରଣ ପର୍ବ।
ବୁରାତାଲ ପଂଚାୟତ ରେ ବି ଜେ ପି ର ମିଶ୍ରଣ ପର୍ବ।

ପାତ୍ରପୁର,୧୮/୦୮
ଚିକିଟି ନିର୍ବାଚନ ମଣ୍ଡଳୀ ବି ଜେ ପି ପକ୍ଷରୁ ବୁରାତାଲ ପଂଚାୟତ ଦୋ ବାଟିଆ ଛକ ଠାରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ୱାଇ ସଂଯୁକ୍ତା , ଉପାଧକ୍ଷ ଅନାଦି ପଣ୍ଡିତ, ମାଣିକ ଶବର (ସମିତି ସଭ୍ୟ) , ଜ୍ୟୋତ୍ସ୍ନା ରାଣୀ କାର୍ଜି (ସରପଞ୍ଚ) ,ୱାଇ ମୋହନ ରାଓ, ସନ୍ତୋଷ କୁମାର ପାତ୍ର, ଧନୁ ଶବର, ରାକେଶ ରେଡ୍ଡୀ, ଅଜିତ୍ ପ୍ରଧାନ, ରଞ୍ଜନ ପ୍ରଧାନ, ମିନା ଦ୍ୟାନ ସାମନ୍ତରା ,ଆପନା ପ୍ରଧାନ, ରାଜେନ୍ଦ୍ର ଶବର, ରାଜୁ ଭୂୟାଁ,ରଙ୍ଗନାଥ ଶବର ଙ୍କ ସମେତ ଅନେକ ସରପଞ୍ଚ,ସମିତି ସଭ୍ୟ ୱାର୍ଡ ମେମ୍ବର ମାନେ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ମନୋରଂଜନ ଦ୍ୟାନ ସାମନ୍ତରା ଙ୍କୁ ବାଦ୍ୟ ବାଜଣା ସହ ବାଣ ଫୁଟାଇ ସ୍ୱାଗତ କରାଯାଇ ଥିଲା।ବୁରାତାଲ ପଂଚାୟତ ର ପୂର୍ବତନ ସରପଂଚ ଗୋବର୍ଦ୍ଧନ ନାୟକ ଗତ ରବିବାର ଦିନ ବି ଜେ ପି ରେ ସାମିଲ୍ ହୋଇଥିବା ବେଳେ ସେ ୱାର୍ଡ ମେମ୍ବର ନରସିଂହ କାର୍ଯି , ଲିଙ୍ଗରାଜ ବାଗ ସିଂ (ୱାର୍ଡ ମେମ୍ବର), ଭୀମସେନ ଜାର୍ଜି (ପୂର୍ବତନ ୱାର୍ଡ଼ ମେମ୍ବର) , ଫୁଲ ନାୟକ, ହରିଶ୍ଚନ୍ଦ୍ର ବେହେରା ଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ବି ଜେ ଡି ପରିବାର ଙ୍କୁ ବି ଜେ ପି ରେ ସାମିଲ୍ କରାଇଥିଲେ। ଶ୍ରୀ ସାମନ୍ତରା ବି ଜେ ପି ରେ ସାମିଲ୍ ହୋଇଥିବା କର୍ମୀ ମାନଙ୍କୁ ସ୍ୱାଗତ କରିବା ସହ ଦଳୀୟ ଉତ୍ତରୀୟ ଓ ଟୋପି ପରିଧାନ କରାଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ୫୦୦ ରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିବା ବେଳେ ୨୦୨୪ ନିର୍ବାଚନ ପାଇଁ ବି ଜେ ପି ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି।