You are currently viewing ନିମଖଣ୍ଡି ଏବଂ କଇଠଖଣ୍ଡି ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ।
ନିମଖଣ୍ଡି ଏବଂ କଇଠଖଣ୍ଡି ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ।

ବ୍ରହ୍ମପୁର , ୦୧/୦୨ – ( ପ୍ରଫୁଲ୍ଲ ସାବତ ) -:- ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ନିମଖଣ୍ଡି ପଞ୍ଚାୟତ ଅଧିନସ୍ତ ବଡ଼ପଦା ଗ୍ରାମରେ ଆଜି ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ପହଞ୍ଚି ଗ୍ରାମର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପରେ ଗ୍ରାମରେ ଆୟୋଜିତ ଉଦୟନାଥେଶ୍ୱର ମହାଦେବଙ୍କ ପୀଠରେ ଅନୁଷ୍ଟିତ ହେଉଥିବା ବିଶ୍ଵଶାନ୍ତି ରାମତାରକ ମହାଯଜ୍ଞରେ ଯୋଗ ଦେଇ ଜନ ସାଧାରଣ ମାନଙ୍କ ସହ ପ୍ରସାଦ ସେବନ କରିଥିଲେ ଶ୍ରୀ ପାତ୍ର । ପରେ ସନ୍ଧ୍ୟା ସମୟରେ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ମଧୁବନ ଗ୍ରାମର ଲୋକନାଥେଶ୍ୱର ଶୈବ ପୀଠରେ ଅନୁଷ୍ଟିତ ହେଉଥିବା ଶ୍ରୀ ବିଷ୍ଣୁ ପଞ୍ଚାୟତନ ପଞ୍ଚ ମହାଯଜ୍ଞରେ ସନ୍ଧ୍ୟା ଆଳତିରେ ଯୋଗ ଦେଇଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିପ୍ଳବ ପାତ୍ର । ପରେ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ଜନ ହିତକର ଯୋଜନା ଲୋକ ମାନଙ୍କ ପାଖରେ କିଭଳି ପହଞ୍ଚିବା ସହ ମୁଖ୍ୟମନ୍ତ୍ରୀଙ୍କର ହାତ ମୁଠାକୁ ଆହୁରି ସୁଦୃଢ କରିବାକୁ ଦିନ ରାତି ଏକ କରିଛନ୍ତି ଶ୍ରୀ ପାତ୍ର ।