ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ସାଧାରଣ ବୈଠକରେ ପୁଣି ଥରେ ହୋ ହାଲ୍ଲା ଦେଖିବାକୁ ମିଳିଛି। ପୂର୍ବ ବୈଠକ ବାଦ ବିବାଦକୁ ନେଇ ବନ୍ଦ ହୋଇଯାଇଥିବା ବେଳେ ଆଜି ପୁଣିଥରେ ବୈଠକରେ ରାଜନୈତିକ ବିବାଦ ଦେଖିବାକୁ ମିଳିଛି। ଉକ୍ତ ଏନ୍ଏସିରେ ବିଜେପିର ଅଧ୍ଯକ୍ଷ ସମେତ ୮ କାଉନସିଲର ନିର୍ବାଚିତ ହୋଇଥିବା ବେଳେ ବିଜେଡ଼ିର ୪ ଓ ଜଣେ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ। ତେବେ ନିର୍ବାଚନ ପର ଠାରୁ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନକଂ ଇସାରାରେ ପ୍ରଶାସନ କାର୍ଯ୍ୟ କରୁଥିବା ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଏନଏସିର କର୍ମଚାରୀ ମାନେ ଲଗାତାର ଅଣଦେଖା କରି ମନଇଛା କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ବିଜେପିର ଅଧ୍ଯକ୍ଷ ଓ କାଉନସିଲର ମାନେ।
ପୂର୍ବ ନିର୍ଦ୍ଧାରିତ ଅନୁସାରେ ଶନିବାର ବୈଠକ ପାଇଁ ସ୍ଥିର ହୋଇଥିଲା। ଏଥିରେ ସ୍ଥାନୀୟ ବିଧାୟିକାକୁଂ ଅତିଥି ଭାବେ ଡକା ଯାଇଥିବା ବେଳେ ଅଧ୍ଯକ୍ଷ, ଉପାଧ୍ୟକ୍ଷା, କାଉନସିଲର ମାନଙ୍କୁ ନେଇ ବୈଠକ ହୋଇଥିଲା। ତେବେ ବୈଠକ ଆରମ୍ଭରୁ ହିଁ ଅଧ୍ଯକ୍ଷ ଓ ବିଜେଡ଼ି କାଉନସିଲର ମାନଙ୍କ ମଧ୍ୟରେ ଅଯଥା ବିବାଦ ସୃଷ୍ଟି ହୋଇଥିଲା। ଏଥିରେ ବିଧାୟିକାକଂ ଅଯଥା ହସ୍ତକ୍ଷେପ ଯୋଗୁଁ ବୈଠକରେ ପ୍ରବଳ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା ।ଏହାରି ଭିତରେ ଅଧ୍ଯକ୍ଷ ବୈଠକ ଜାରି ରଖିବା ସହ ରେଜଲୁସନ ପାସ୍ କରାଇଥିଲେ। ତେବେ ପ୍ରଶାସନିକ ଅଧିକାରୀ, ବିଧାୟିକା ଓ ବିଜେଡ଼ି କାଉନସିଲର ମାନେ ଗୃହ ଛାଡି ଚାଲିଯାଇଥିଲେ। ତେବେ ଉକ୍ତ ଏନ୍ଏସିରେ ବାରମ୍ବାର ରାଜନୈତିକ ଷଡଯନ୍ତ୍ର ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଆଗେଇ ପାରୁନି। ଜଣେ ସ୍ଥାୟୀ ନିର୍ବାହୀ ଅଧିକାରୀ ନଥିବାରୁ ପ୍ରଶାସନିକ ଅଧିକାରୀ ମାନେ ମନମୁଖୀ କାର୍ଯ୍ଯ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି କାଉନସିଲର ମାନେ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
