You are currently viewing ଏନଏସି ପୁରୁଷୋତ୍ତମପୁର ସ୍ୱଚ୍ଛତା ପାୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି
ଏନଏସି ପୁରୁଷୋତ୍ତମପୁର ସ୍ୱଚ୍ଛତା ପାୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି

ପୁରୁଷୋତ୍ତମପୁର ତା-୧୭/0୯/ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସହରକୁ ସ୍ୱଚ୍ଛତା ପରିଚ୍ଛନତା ରଖିବା ଉଦସ୍ୟ ରେ ଆଜି ପୁରୁଷୋତ୍ତମପୁର ଏନଏସିର ପରିମଳ ବିଭାଗର ଏକ୍ସପଟ ସତୀଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ସ୍ୱଚ୍ଛତା ପାୱାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି ସ୍ୱଚ୍ଛତା ପାୱାଡା କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ ଏବଂ କାଉଁସିଲର ଅଶୋକ କୁମାର ମହାଙ୍କୁଡ ଯୋଗଦେଇ ସ୍ୱଚ୍ଛତା ପାୱାଡା କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ସହଯୋଗୀ କରି ସଫେଇ କର୍ମଚାରୀ ସ୍ୱଚ୍ଛସାଥିଙ୍କୁ ଉତ୍ସାଇତ କରିଥିଲେ l ଏହି ସ୍ୱଚ୍ଛତା ପାୱାଡା କାର୍ଯ୍ୟକ୍ରମ ଟି ସେପ୍ଟେମ୍ବର ୧୫ରୁ ଅକ୍ଟବର ୨ ଗାନ୍ଧୀଜୟନ୍ତୀ ପ୍ରଯ୍ୟନ୍ତ ଏହି ଭଳି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ସଫେଇ ବିଭାଗର ସୁପରଭାଇଜର ସନ୍ତୋଷ କୁମାର ପଣ୍ଡା, ସନ୍ତୋଷ ଭୂୟାଁ, ପବିତ୍ର ବେହେରା, ଅର୍ଧେନ୍ଦୁ ଦୋରା ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଥିଲେ l.