You are currently viewing ଆସିକା ବିଧାନସଭା ଖୋଜୁଛି ଉତ୍ତମ ଯୁବ ନୂଆ ଚେହେରା
ଆସିକା ବିଧାନସଭା ଖୋଜୁଛି ଉତ୍ତମ ଯୁବ ନୂଆ ଚେହେରା

ଆସିକା,୨୪/୩ ଚଳିତ ବର୍ଷ ୨୦୨୪ ବିଧାନସଭା ଓ ଲୋକସଭା ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଗଞ୍ଜାମ ଜିଲ୍ଲା ର ଅତି ଗୁରୁତ୍ବପୂର୍ଣ ବିଧାନସଭା ଓ ଲୋକସଭା ଆସନ ପାଇଁ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ବ୍ୟକ୍ତି ଆଶୟୀ ଅଟନ୍ତି । ଆସିକାର ରାଜନୈତିକ ଗୋଷ୍ଠୀକନ୍ଦଳ ସମସ୍ତ ଭୋଟରଙ୍କ ମନକୁ ଦୁର୍ବଳ କରିନେଇଥିବା ଜନମତରୁ ପ୍ରକାଶ ପାଉଛି। ଜାତୀୟଦଳ କିମ୍ବା ଆଞ୍ଚଳିକ ଦଳର ପ୍ରାର୍ଥୀଭାବେ ଆଶୟୀଙ୍କ ସଂଖ୍ୟା ବୃଦ୍ଧିଯୋଗୁ ଜଣକୁ ଟିକେଟ ମିଳିଲେ ଅନ୍ୟ ଆଶାୟୀ ପ୍ରାର୍ଥୀ ମାନେ ନିଜ ଦଳର ବ୍ୟକ୍ତିଙ୍କୁ ଭୋଟ ନଦେଇ ଅନ୍ୟଦଳ ବ୍ୟକ୍ତିପାଇଁ ଭୋଟଦାନ କରିବା କିମ୍ବା ଆଗ୍ରହର ସହିତ ନିର୍ବାଚନରେ ଭାଗ ନନେବା ପ୍ରକାଶ ପାଉଥିବା ବେଳେ ବର୍ତ୍ତମାନର ପରିସ୍ଥିତିରେ ଆସିକା ପାଇଁ ଦଳମତ ନିର୍ବିଶେଷରେ ଜଣେ ଉତ୍ତମ ସାମାଜିକ ଚିନ୍ତାଧାରା ବ୍ୟକ୍ତି ବା ନୂଆ ମୁହଁକୁ ପସନ୍ଦ କରୁଛନ୍ତି । ଯାହାକି ସେହିବ୍ୟକ୍ତିର ବିକ୍ତିତ୍ୟ ଓ କାର୍ଯ୍ୟକଳାପ ଏହି ନିର୍ବାଚନକୁ ନୂଆମୋଡ ଦେବାସହିତ ସମସ୍ତ ଜନ ସାଧାରଣଙ୍କ ଆସ୍ଥାଭାଜନ ହୋଇପାରିବ ଏହିପରି ସ୍ଥଳେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ଥିତ ବାବନପୁର ଗ୍ରାମପଞ୍ଚାୟତ ଯୁବ ସରପଞ୍ଚ ସଞ୍ଜୟ କୁମାର ନାୟକଙ୍କ ନାମଟି ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ପ୍ରକାଶ ଥାଉକି ସଞ୍ଜୟ ବହୁବର୍ଷ ହେବ ଏକ ଉତ୍ତମ ପରିବେଶବିତ୍ତ୍ ଭାବେ ସମଗ୍ର ଓଡିଶା ସମେତ ଭାରତ ଏବଂ ଅନ୍ତ୍ରଯ୍ୟାତିୟ ସ୍ତରରେ ପ୍ରକୃତିପରିବେଶ ପାଇଁ ସମ୍ମାନିତ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଜ୍ଞାନ କ୍ଷେତ୍ରରେ ବିଭିନ୍ନ ଟୀକାର ମାନବ ପରିକ୍ଷଣରେ ଯଥା କରୋନା ଟିକା, ଚିକେନଗୁନିଆ ଟୀକା ଓ ବ୍ରେନ ମ୍ୟାଲେରିଆ ଭଳି ମାରତ୍ମକ ରୋଗକୁ ଜନ ସାଧାରଣ ମୁକ୍ତି ପାଇବା ପାଇଁ ନିଜ ଜୀବନ ବାଜି ଲଗାଇ ଶ୍ରେଷ୍ଠ ସାମାଜିକ ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି । ସଞ୍ଜୟଙ୍କ ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ, ଉତ୍ତମ ବ୍ୟବହାର ସମସ୍ତ ମନକୁ କିଣିନେଇଥିବା ବୃଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ଆସିକା ବ୍ଳକର ଉତ୍ତମ ପଞ୍ଚାୟତ ଭାବେ ପରିଚୟ ସୃଷ୍ଟିକରିଥିବା ଗ୍ରାମ ପଞ୍ଚାୟତର ସରପଞ୍ଚ ପାର୍ଥୀ ଭାବେ ସଞ୍ଜୟ ପାର୍ଥୀ ହୋଇ କୈଣସି ଦଳ, ମଦ,ଟଙ୍କା, ଭୋଜିଭାତକୁ ନଦେଇ ବହୁଳ ପ୍ରଚାର ପ୍ରସାର ନକରି ମଧ୍ୟ ଏକ ସାଧାରଣ ବ୍ୟକ୍ତି ଭାବେ ନିର୍ବାଚିତ ହୋଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିବା ବେଳେ ଏହି ସାଧାରଣ ନିର୍ବାଚନରେ ବିଧାୟକ ପାର୍ଥୀ ଭାବେ ସରପଞ୍ଚ ସଞ୍ଜୟ କୁମାର ନାୟକକୁ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀଲୋକ ଆଶାକରୁଥିବା ପ୍ରକାଶ ପାଉଛି । ସଞ୍ଜୟ ମଧ୍ୟ ଜଣେ ନିରପେକ୍ଷ ନିର୍ବିବାଦିୟ ବ୍ୟକ୍ତି ଭାବେ ସମାଜର ମଙ୍ଗଳ ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବା ସହିତ ପ୍ରଶାସନ ଠାରୁ ଆରମ୍ଭକରି ବିଭିନ୍ନ ସାମାଜିକ ଅନୁଷ୍ଠାନ ବ୍ୟବସାୟିକ ଅନୁଷ୍ଠାନ, ସାମ୍ବାଦିକ, ଆଇନଜୀବୀ ଓ ଛାତ୍ର ସଂଗଠନ ସହିତ ଜଡ଼ିତ ଅଛନ୍ତି ଏବଂ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟ କୁ ଯାଇ ପ୍ରକୃତି ଓ ପରିବେଶ ଦିଗରେ ସଚେତନତା କାର୍ଯ୍ୟ କରିବା ସହିତ ରାଜନୈତିକ କ୍ଷେତ୍ରରେ ନିଜ ଅଞ୍ଚଳରେ ଉନ୍ନତି ଆଣିଛନ୍ତି ସଞ୍ଜୟଙ୍କ କାର୍ଯ୍ୟ ଶୈଳି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ବେଳେ ବୃଦ୍ଧିଜୀବି ଓ ସାଧାରଣ ଜନତାଙ୍କ ମନ ଭିତରେ ଏକ ନୂଆଁ ପ୍ରେରଣା ଉତ୍ସ ପାଲଟିଛି । ଅନ୍ୟମାନେ ରାଜନୈତିକ ଦଳକୁ ନେଇ ପରିଚୟ ସୃଷ୍ଟି କରିଥିବା ବେଳେ ସଞ୍ଜୟ ଉତ୍ତମ କାର୍ଯ୍ୟପାଇଁ ପରିଚୟ ସୃଷ୍ଟି କରି ପାରିଛନ୍ତି ।