ଖଲ୍ଲିକୋଟ ; 30/9 ନିର୍ବାଚନ ପୂର୍ତ୍ତି ର ଶହେ ଦିନ ପରେ ସାରା ସଂଗଠନ କୁ ମଜଭୁତ କରିବା ପାଇଁ ଖଲ୍ଲିକୋଟ ବ୍ଲକ ରେ ପୁଣି ଅଣ୍ଟା ଭିଡ଼ିବା ଦେଖିବାକୁ ମିଳିଛି |ସୋମବାର ଦିନ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପୂର୍ବତନ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଙ୍କ ଆବାହକତ୍ୱ ରେ ଏକ ବୈଠକ ବସି ଦଳୀୟ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ପରେ କଇ ରାଶି ପଂଚାୟତ ର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ ଙ୍କୁ ଖଲ୍ଲିକୋଟ ବ୍ଲକ ର ସଭାପତି ଭାବେ ମନୋନୀତ କରାଗଲା |ଉକ୍ତ ବୈଠକ ରେ ପ୍ରାକ୍ତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲା ପରିଷଦ ସଭ୍ୟ ସୋନମ ପଲାଇ, ଚନ୍ଦନା ସେଠି, ବିନାୟକ ଜାଲ୍ଲୀ, ଙ୍କ ସମେତ ବରିଷ୍ଠ ବିଜେଡି ନେତା କିଶୋର ପଲାଇ, ସାବୁଲିଆ ସରପଞ୍ଚ ଅହଲ୍ୟା ବେହେରା ସମିତି ସଭ୍ୟା କବିତା ବେହେରା, କନକା ସରପଞ୍ଚ ରେଖା ଜାଲ୍ଲୀ ଓ କେଶପୁର ସରପଞ୍ଚ ବିଚିତ୍ର ଜାଲ୍ଲୀ ଓ ମହିଳା ବିଜେଡି ସଭାନେତ୍ରୀ ମିତାଞ୍ଜଳି ମିଶ୍ର, ବ୍ଲକ ଯୁବ ବିଜେଡି ସଭାପତି ଦୟାନିଧି ସାହୁ ଖଲ୍ଲିକୋଟ ଏନ ଏ ସି ଯୁବ ବିଜେଡି ସଭାପତି ଦେବେନ୍ଦ୍ର ଦାଶ, ସତ୍ୟବ୍ରତ ସ୍ୱାଇଁ ତାଳପଡା ପୂର୍ବତନ ସରପଞ୍ଚ ରାମକୃଷ୍ଣ ସ୍ୱାଇଁ,, ପଥରା ପୂର୍ବତନ ସରପଞ୍ଚ ବନମାଳୀ ବାଳା ପ୍ରମୁଖ ବିଜେଡି ନେତା ମାନେ ଯୋଗ ଦେଇ ଆଗାମୀ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଠାରୁ ଏକ ପଦଯାତ୍ରା ବାହାରି ଖଲ୍ଲିକୋଟ ବ୍ଲକ ପରିକ୍ରମା କରି ବିଜେପି ର ମିଛ ପ୍ରଚାର କୁ ପ୍ରତିହତ କରି ବିଜେଡି ର ପୁରାତନ ନେତା ଓ କର୍ମୀ ମାନଙ୍କୁ ଏକତ୍ରିତ କରି ସଂଗଠନ କୁ ପୁନର୍ବାର ସୁଦୃଢ ଓ ମଜଭୁତ କରାଯିବ ବୋଲି ନବ ନିଯୁକ୍ତ ସଭାପତି ପ୍ରକାଶ କରିବା ସହ ରାଜ୍ୟ ରେ ପୁନର୍ବାର ବିଜେଡି ସରକାର ଗଠନ କରିବା ପାଇଁ ଜାଗ୍ରତ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି |,
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ

