You are currently viewing ତୁଳସୀପୁର ରେ ବିଜେପି ପାର୍ଥି ଙ୍କ ସ୍ୱାଗତ ଓ ମିଶ୍ରଣ ପର୍ବ
ତୁଳସୀପୁର ରେ ବିଜେପି ପାର୍ଥି ଙ୍କ ସ୍ୱାଗତ ଓ ମିଶ୍ରଣ ପର୍ବ

ଖଲ୍ଲିକୋଟ :16/4 ମଙ୍ଗଳବାର ଦିନ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଂଚାୟତ ରେ ବିଜେପି ପାର୍ଥି ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ଗ୍ରାମବାସୀ ଙ୍କ ତରଫରୁ ସ୍ୱାଗତ ଜଣାଇଥିଲେ | ଏ ଉପଲକ୍ଷେ ପଂଚାୟତ ର ବ୍ର|ହ୍ମଣ ଦେବୀଙ୍କ ମନ୍ଦିର ପରିସର ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା |ମିଶ୍ରଣ ପର୍ବ ରେ ଯୋଗ ଦେଇ ଖଲ୍ଲିକୋଟ ର ପୂର୍ବତନ ବିଧାୟକ ତଥା ବିଜେପି ପାର୍ଥି ଶ୍ରୀ ସେଠୀ ତାଙ୍କ ର ଦୁଇଟି ବିଧାୟକତ୍ୱ ସମୟରେ ପଂଚାୟତ ପାଇଁ ବ୍ୟାପକ ବିକାଶ ସାଧିତ ହୋଇଥିବା ପ୍ରକାଶ କରିଥିଲେ ବୋଲି ପ୍ରକାଶ କରିଥିଲେ |.

ପଂଚାୟତ ର ଯୁବ ନେତା ଭାଗିରଥି ଦାସ ଙ୍କ ନେତୃତ୍ୱ ର ପଂଚାୟତ ର 150 ଜଣ କର୍ମୀ ବିଜେଡି ଦଳ ତ୍ୟାଗ କରି ବିଜେପି ର ପ୍ରାଥମିକ ସଦସ୍ୟ ଗ୍ରହଣ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ଘୁମୁସର ବିଜେପି ସମ୍ପାଦକ ଅନିଲ କୁମାର ପଣ୍ଡା, ନିର୍ବାଚନ ମଣ୍ଡଳୀ ସଂଯୋଜକ ଓ ପ୍ରାକ୍ତନ

ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଶଙ୍କର ପ୍ରସାଦ ନାହାକ, ଯୁବ ବିଜେପି ନେତା ଯଜ୍ଞ ନାରାୟଣ ଦାସ, ନିରଞ୍ଜନ ନାୟକ, ସକଳେଶ୍ଵର ଦାସ ପ୍ରମୁଖ ବିଜେପି ନେତା ମାନେ ଯୋଗ ଦେଇ ପଂଚାୟତ କମଳା ପଦର, ହରିପୁର ଗ୍ରାମ ପରିକ୍ରମା କରି ଭୋଟର ମାନଙ୍କୁ ବିଜେପି ଗ୍ୟାରେଣ୍ଟି ସମ୍ପର୍କ ରେ ସଚେତନ କରାଇଥିଲେ
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )