You are currently viewing ଝଗଡେଇ ଗ୍ରାମରେ ପିଇବା ପାଣି ସମସ୍ୟା , ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଅଭିଯୋଗ ଆଣିଲେ ଶତାଧିକ ମହିଳା ।
ଝଗଡେଇ ଗ୍ରାମରେ ପିଇବା ପାଣି ସମସ୍ୟା , ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଅଭିଯୋଗ ଆଣିଲେ ଶତାଧିକ ମହିଳା ।

ଆସିକା,୮/୧୦ (ଶକ୍ତି ପ୍ରସାଦ କର) ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାଲିଛାଇ ପଚାଂୟତ ଝଗଡେଇ ଗ୍ରାମରେ ଦେଖା ଦେଇଛି ଜଳ ଉତ୍କଟ । ପିଇବା ପାଣି ପାଇଁ ପ୍ରତ୍ୟେକ ଦିନ ନାନା ଅସୁବିଧା ଭୋଗୁଛନ୍ତି ଝଗଡେଇ ଗ୍ରାମବାସୀ । ଉତ୍କଟ ଜଳାଭାବ ଓ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଏଠାରେ ୩ ଶହ ପରିବାର ରହୁଥିବା ବେଳେ ୫ଶହରୁ ଉର୍ଦ୍ଧ ଲୋକେ ପିଇବା ପାଣି ପାଇଁ ଏ ଗାଁରୁ ସେ ଗାଁ ଉପରେ ନିର୍ଭର କରୁଛନ୍ତି । ଏଠାରେ ପାଣି ପଚାଂୟତ ପକ୍ଷରୁ ପମ୍ପ ଚାମ୍ବର ଅଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜଣେ ପମ୍ପ ଡ୍ରାଇଭର ମଧ୍ୟ ରହୁଛନ୍ତି । ଦରମା ପାଉଛନ୍ତି କିନ୍ତୁ ଲୋକେ ପାଣି ପାଣି ପାଇଁ କାକୁତ ମିନତି ହେଉଛନ୍ତି । କିଏ ଶୁଣିବାକୁ ଏଠାକୁ ଆସନ୍ତି ନାହିଁ । ନା ସ୍ଥାନୀୟ ପ୍ରଶାସନ ଶୁଣୁଛନ୍ତି ନା ସ୍ଥାନୀ ୟସରପଚଂ, ସମିତି ପ୍ରତିନିଧି ।

ସମସ୍ତେ ଅନ୍ଧପୁଟଳି ପରି ଜଗି ରହିଛନ୍ତି । ଭଗବାନ ଭରସାରେ ରହୁଛନ୍ତି ଝଗଡେଇ ଗ୍ରାମବାସୀ । ଗତ ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତି ଠାରୁ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ବାଲିଛାଇ ପଚାଂୟତ ଝଗଡେଇ ଠାରେ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ଶତାଧିକ ମହିଳା ପିଇବା ପାଣି ସମସ୍ୟା ଦୂର ପାଇଁ ଏକ ସ୍ୱାକ୍ଷର ସମ୍ଭଳିତ ଦାବୀ ପତ୍ର ଧରି ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କୁ ଜଣାଇଥିଲେ । ବର୍ଷ କି ଦୁଇ ବର୍ଷ ନୁହେଁ ଏଠାରେ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ ସମୟ ହେଲାଣି ଏଠାରେ ପିଇବା ପାଣି ସମସ୍ୟା ଲାଗି ରହିଛନ୍ତି । ଏଠାରେ ନଳ କୂପ ଅଛି କିନ୍ତୁ ଖରାଦିନେ ପାଣି ଶୁଖି ଯାଉଛି । ନିର୍ବାଚନ ଆସିଲେ ଅନେକ ପ୍ରତିଶୃତି ମିଳୁଛି କିନ୍ତୁ ସବୁ ପ୍ରତିଶୃତି ସ୍ୱପ୍ନ ଭଳି ରହିଯାଉଛି । କେହି ଶୁଣୁ ନାହାଁନ୍ତି । ଏନେଇ ବିଧାୟିିକା ମଞ୍ଜୁଳା ସ୍ୱାଇଁ ଏବଂ ତାଙ୍କ ଦଳୀୟ କର୍ମୀ ମାନେ ଏଠାରେ ପାଣି ସମସ୍ୟା ବିଷୟରେ ଅବଗତ ନଥିବା କହିଥିଲେ ।

ପୂର୍ବରୁ କାହିଁକି ଜଣାଇ ନାହାଁନ୍ତି ବୋଲି ଓଲଟା ପ୍ରଶ୍ନ ରଖିଥିଲେ । ଶେଷରେ ନିରାଶ ହୋଇ ଘରକୁ ଫେରି ଥିଲେ ଝଗଡେଇ ଗ୍ରାମର ଶତାଧିକ ମହିଳା ଗ୍ରାମବାସୀ ମାନେ ।