You are currently viewing ଖଲ୍ଲିକୋଟ ରାଣୀ ଙ୍କ 50 ବର୍ଷ ର ଅଭେଦ୍ୟ ବିଜେଡି ଦୁର୍ଗ ଭୁଶୁଡିଗଲା, ପଦ୍ମ ଫୁଟିଲା ,ତୃତୀୟ ଥର ବିଧାୟକ ହେଲେ ପୂର୍ଣ୍ଣ ଚନ୍ଦ୍ର ସେଠୀ
ଖଲ୍ଲିକୋଟ ରାଣୀ ଙ୍କ 50 ବର୍ଷ ର ଅଭେଦ୍ୟ ବିଜେଡି ଦୁର୍ଗ ଭୁଶୁଡିଗଲା, ପଦ୍ମ ଫୁଟିଲା ,ତୃତୀୟ ଥର ବିଧାୟକ ହେଲେ ପୂର୍ଣ୍ଣ ଚନ୍ଦ୍ର ସେଠୀ

ଖଲ୍ଲିକୋଟ ; 4/6 ଗତ ମେ 20 ତାରିଖ ରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ଓଡିଶା ରେ ସର୍ବ କାଳୀନ ରେକର୍ଡ ହୋଇଥିବା ବେଳେ ଖଲ୍ଲିକୋଟ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ସ୍ବର୍ଗତ ଖଲ୍ଲିକୋଟ ରାଣୀ ଙ୍କ ଦୀର୍ଘ 50 ବର୍ଷ ଧରି ଗଢି ଉଠିଥିବା ଅଭେଦ୍ୟ ବିଜେଡି ଦୁର୍ଗ ର ପତନ ଘଟି ଭୁସୁଡ଼ିଗଲା |ଏହା ଖଲ୍ଲିକୋଟ ରାଜନୈତିକ ଇତିହାସ ରେ ଏକ ବିରାଟ ପରିବର୍ତନ ଆଣିବା ସାଙ୍ଗକୁ ତୃତୀୟ ଥର ପାଇଁ ଖଲ୍ଲିକୋଟ ବିଧାୟକ ଭାବେ ପୂର୍ଣ୍ଣ ଚନ୍ଦ୍ର ସେଠୀ 22930 ଖଣ୍ଡ
ଭୋଟ ବ୍ୟବଧାନ ରେ ନିର୍ବାଚିତ ହୋଇଥିବା ଜଣାପଡିଛି |ସବିଶେଷ ବିବରଣୀ ଅନୁଯାଇ ବିଜୟୀ ବିଜେପି ପାର୍ଥି ପୂର୍ଣ୍ଣ ଚନ୍ଦ୍ର ସେଠୀ 80006 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପାର୍ଥି ତଥା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ 57076 ଖଣ୍ଡ ଭୋଟ ପାଇ ପରାଜୟ ବରଣ କରିଛନ୍ତି |ସେହିପରି କଂଗ୍ରେସ ପାର୍ଥି ଚିତ୍ରସେନ ବେହେରା ମାତ୍ର 7818 ଭୋଟ ପାଇ ପରାଜୟ ବରଣ କରିଥିବା ଜଣାପଡିଛି ||ପ୍ରକାଶ ଥାଉକି ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓ ଖଲ୍ଲିକୋଟ ବିଧାନସଭା ଆସନ ରୁ ଗତ 1963 ମସିହା ରୁ 2009 ମସିହା ପର୍ଯ୍ୟନ୍ତ ଆଠ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ |ବର୍ତମାନ ର ବିଜୟୀ ପାର୍ଥି ଖଲ୍ଲିକୋଟ ର ପୂର୍ବତନ ବିଧ|ୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଗତ 2009 ଓ 2019 ମସିହା ସାଧାରଣ ନିର୍ବାଚନ ରେ ବିଜେଡି ଦଳ ତରଫରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ |ପୁନର୍ବାର ଚଳିତ 2024 ସାଧାରଣ ନିର୍ବାଚନ ରେ ଶ୍ରୀ ସେଠୀ ଓଡିଶା ବିଧାନସଭା କୁ ନିର୍ବାଚିତ ହୋଇଥିବା ଜଣାପଡିଛି |ଚଳିତ ନିର୍ବାଚନ ରେ ବିଜେଡି ଓ ବିଜେପି ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିବା ବେଳେ ବହୁ ରାଣୀ ଲିଗାସି ନେତା ଓ କର୍ମୀ ମାନେ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିଲେ |ପ୍ରଥମେ ବିଜେଡି ଟିକେଟ କୁ ଦଳ ମଧ୍ୟରେ ପ୍ରବଳ ବିରୋଧଭାସ ଦେଖାଦେଇଥିଲା |ବିଜେଡି ସୁପ୍ରିମୋ ଖଲ୍ଲିକୋଟ ବାସି ଙ୍କୁ ମତ ବିରୁଦ୍ଧରେ ରେ ଦଳୀୟ ଟିକେଟ ଦେବା ଫଳରେ ପ୍ରବଳ ଅସନ୍ତୋଷ ଉପୁଜିଥିଲା |ନିର୍ବାଚନ ପୂର୍ବରୁ ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣ ସରଣପୁର ପଂଚାୟତ ରେ ଏକ ରାଜନୈତିକ ହିଂସା ଘଟି ବିଜେପି କର୍ମୀ ଦିଲୀପ ପାହାନ ହତ୍ୟା କାଣ୍ଡ ସାରା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ କୁ ଦୋହଳାଇ ଦେଇଥିଲା |ତାହାର ସୁଦୂର ପ୍ରସାରି ପ୍ରଭାବ ବିଜେଡି ଦଳ କୁ ଅଡୁଆ ରେ ପକାଇ ଥିଲା |ବିଜୟୀ ବିଜେପି ପାର୍ଥି ଶ୍ରୀ ସେଠୀ ଗଣମାଧ୍ୟମ କୁ ସୂଚନା ଦେଇ ଦୀର୍ଘ 24 ବର୍ଷ ର ଏକ ଅହଙ୍କ|ରୀ ସରକାର ର ଅବସାନ ଘଟାଇ ଓଡିଶା ଲୋକ ରାମ ରାଜ୍ୟ ଗଢିବା ପାଇଁ ସୁଯୋଗ ଦେଇଛନ୍ତି |ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ଏକ ନିରୀହ ଯୁବକ ଜୀବନ ଗଲା ତେଣୁ ତାଙ୍କ ବାସ ଭବନରୁ ଦିଲିପ ଙ୍କ ଫୋଟ ରେ ପୁଷ୍ପ ମାଲ୍ୟ କରି ବିଜେପି ତାର ବିଜୟ ଉତ୍ସବ ପାଳନ କରିବ ବୋଲି ପ୍ରକାଶ କରିଥିଲେ |
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ