ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ରବିବାର ଆକସ୍ମିକ ବିୟୋଗରେ ମଙ୍ଗଳବାର ଦିନ ଦିଗପହଣ୍ଡି ବିଜୁ ଜନତା ଦଳ ପକ୍ଷରୁ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିବା ଜଣାପଡିଛି । ଏନେଇ ସ୍ଥାନୀୟ ପାଣି ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଶୋକସଭା ପାଳନ ହୋଇଥିଲା । ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ସଂଯୋଜନାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ବରୀ ଦୋରା , ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ଜିଲ୍ଲା ବିଜେଡି ଉପ ସଭାପତି କ୍ରିଷ୍ଣା ରାଓ ସୁବୁଦ୍ଧି ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଦିଗପହଣ୍ଡି ବ୍ଳକ ଏବଂ ଏନ୍ ଏସି ର ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ସେମାନେ ସ୍ବର୍ଗତ ଅଧ୍ଯକ୍ଷାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏବଂ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହାପରେ ଅତି କମ୍ ବୟସରେ ରାଜନୀତିରେ ପାଦ ଛାପିବା ସହ ବ୍ଳକ ଅଧ୍ୟକ୍ଷା ଭାବେ ଦାୟିତ୍ଵ ଗ୍ରହଣ ନେବା ପରଠାରୁ ଅର୍ଥାତ୍ ଏକ ବର୍ଷ ମଧ୍ୟରେ ବ୍ଳକର ସମସ୍ତ ଜନ ସାଧାରଣଙ୍କ ସାନ ଭଉଣୀ ରୂପେ ସମସ୍ତ କାର୍ଯ୍ୟରେ ଯୋଗ ଦେବା ସହ ତାଙ୍କ ନମ୍ର କଥା ଆଜି ମଧ୍ୟ ଭୁଲି ହୋଇ ପାରୁନଥିବା ପ୍ରକାଶ କରିବା ସହ ତାଙ୍କ ଗୁଣବାର୍ତ୍ତା ବର୍ଣ୍ଣନା କରିଥିଲେ । ଯାହାଫଳରେ ସେ ଆମ ନିକଟରେ ନଥିଲେ ମଧ୍ୟ ତାଙ୍କ କଥାକୁ ମନେପକାଇ ଝୁରୁଛି ସମଗ୍ର ଦିଗପହଣ୍ଡି ବାସୀ । ଏହାପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ସମେତ ଶୋକସଭାରେ ଯୋଗ ଦେଇଥିବା ସମସ୍ତ ଦଳୀୟ ନେତା ଓ କର୍ମୀମାନେ ତାଙ୍କ ବାସଭବନରେ ପହଞ୍ଚି ଶୋକାକୁଳ ପରିବାରକୁ ସାନ୍ତ୍ଵନା ଦେବା ସହ ସମବେଦନା ଜଣାଇଥିଲେ । ଏଥିରେ ଦିଗପହଣ୍ଡି ପୂର୍ବତନ ନଗରପାଳ ଭି . ରବିନାରାୟଣ ରାଜୁ , ସାଂସଦ ପ୍ରତିନିଧି ନିରୁପମା ପଟ୍ଟନାୟକ , ଜିଲ୍ଲା ପରିଷଦ ସଂଯୁକ୍ତା କବି , ରାଧାକାନ୍ତ ମହାଙ୍କୁଡ , ସରପଞ୍ଚ ରଞ୍ଜନ କୁମାର ସାହୁ , ମନୋରଞ୍ଜନ ଗୈାଡ , ଲିଙ୍ଗରାଜ ଦୋରା , ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପ୍ରଧାନ , ଶିଶିର ପ୍ରଧାନ , ଚିତ୍ରସେନ ଗୈାଡ , ସନ୍ତୋଷ ଦୋରା , ରବିଚନ୍ଦ୍ର ଗୌଡ , ପାଣି ପଞ୍ଚାୟତ ସଭାପତି ରମେଶ ପାତ୍ର , କାଉନସିଲର ନୀଳମାଧବ ଗୈାଡ , କରିସ୍ମା ନାୟକ , ସୁଶାନ୍ତ ପାତ୍ର ସମେତ ବହୁ ସରପଞ୍ଚ , ସମିତି ସଭ୍ୟ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା
