ପୁରୁଷୋତ୍ତମପୁର ମହିଳା ମାନେ ଅବଳା କିମ୍ବା ଦୁର୍ବଳା ନୁହନ୍ତି,ବରଂ ସେମାନେ ସବଂ ସହା ମାତା ପୃଥିବୀ ପରୀ |ସେ ଅସା ଧାରଣ, ସେ ଧର୍ଯ୍ୟ,ସାହସ ଓସୃଜନ ଶିଳତା ର ପ୍ରତିରୂପ |ନାରୀମାନଙ୍କ ସାମଗ୍ରିକ ବିକାଶ ଓ ସେମାନଙ୍କ ର ସାମାଜିକ ନିରାପତ୍ତା କୁ ସୁନିଶ୍ଚିତ କରିବା ପାଇଁ ବଡ ଖରିଡ଼ା କାଳେଶ୍ଵର ମନ୍ଦିର ଠାରେଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ କାଳେଶ୍ବର ମନ୍ଦିର ପରିସରରେ ବିଜୁ ଜନତା ଦଳର ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ବରେ ହୋଇଥିଲା ଏହି ମହିଳା ସମାବେଶ । ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇଥିଲେ । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ମହିଳା ସମାବେଶ ହୋଇଛି । ମହିଳା ମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ଯାହାଫଳରେ ମହିଳା ମାନେ ବର୍ତ୍ତମାନ ସଶକ୍ତ ହୋଇପାରିଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ଶିଳ୍ପପତିର ଆଖ୍ୟା ନେଉଛନ୍ତି ବର୍ତ୍ତମାନ ସ୍ଥିତିରେ ମହିଳା ମାନେ । ଆଉ ଏହି କ୍ଷେତ୍ରକୁ ଯିବା ନିମନ୍ତେ ରାଜ୍ୟ ସରକାର ମଧ୍ୟ ସବୁ କ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି । ମହିଳା ମାନଙ୍କୁ ଆହୁରି ଆଗକୁ ବଢ଼ିବା ନିମନ୍ତେ ମିଶନଶକ୍ତି ବହୁତ ପରିମାଣରେ ସହାୟକ ହୋଇପାରୁଛି ବୋଲି କହିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ।

ବିଭିନ୍ନ କ୍ଷେତ୍ରରେ ମହିଳା ମାନେ ବେଶ ଆଗକୁ ଯାଇପାରିଛନ୍ତି । ଆଉ ଏଥିନିମନ୍ତେ ମୁଖ୍ୟମନ୍ତ୍ରୀ ବେଶ ସହାୟକ ହୋଇପାରିଛନ୍ତ ମହିଳା ମାନଙ୍କୁ ।ମିଶନଶକ୍ତି ମାଧ୍ୟମରେ ବିଭିନ୍ନ କାର୍ଯ୍ୟ
କରିବା ନିମନ୍ତେ ଆର୍ଥିକ କ୍ଷେତ୍ରରେ ସାହାର୍ଯ୍ୟ କରାଯାଉଛି । ଯାହାଫଳରେ ମହିଳା ମାନଙ୍କର ଉନ୍ନତି ହେବା ସହିତ ସମାଜର ମଧ୍ୟ ଉନ୍ନତି ହୋଇପାରୁଛି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତିଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ,ଓ ଆସିକା ସାଂସଦପ୍ରମିଳା ବିଷୋୟୀ । ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ଖଲ୍ଲିକୋଟ ବିଧାୟିକା ପ୍ରତିନିଧି ଦୈତାରୀ ବେହେରା, ଯୁବନେତା ପ୍ରମୋଦ ପଣ୍ଡା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ଜୀବନ ବିନ୍ଦୁ ସହ ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ପୁରୁଷୋତ୍ତମପୁର ବ୍ଳକ ଅଧକ୍ଷା ପିଙ୍କି ବେହେରା, ଉପାଧ୍ୟାକ୍ଷା ମମତା ବାରିକ, ପୂର୍ବତନ ବ୍ଳକ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, କବିସୂର୍ଯ୍ୟ ନଗର ପୂର୍ବତନ ବ୍ଳକ ଅଧକ୍ଷ ସନ୍ତୋଷ ପାଢ଼ୀ ଙ୍କସହିତ 35ନଂ ଜିଲ୍ଲା ପରିଷଦ ସଦସ୍ୟା ପିଙ୍କି ନାହାକ, ସରପଞ୍ଚ କମା ଦଳେଇ, 11ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ,ସଭ୍ୟା, ଉପସ୍ଥିତ ଥିଲେ ବଡ଼ ଖରିଡ଼ା ସମିତିସଭ୍ୟ ଅନିଲ କୁମାର ଦାଶ, ସହିତ ଅନେକ ନେତା, କର୍ମୀ ଉପସ୍ଥିତଥିଲେ ¡

ଅତିଥି ଓ ସ୍ୱୟଂ ସହାୟିକା ଗୋଷ୍ଠି ଙ୍କ ଉଦେଶ୍ୟରେ ଧାନ ବିଲ ଖସ ଖସ ଗୀତ ଗାଇଥିଲେ ଓସମସ୍ତେ ଗୀତର ତାଳେ ତାଳେ ମସଗୁଲ ହୋଇ ଥିଲେ |ଏହି ସମାବେଶରେ ବିଜେଡ଼ି ମହିଳା ଦଳର ବହୁ ନେତ୍ରୀ ଓ କର୍ମୀଙ୍କ ସହ ଶତାଧିକ ମହିଳା ସାମିଲ ହୋଇଥିଲେ , ପାଣ୍ଡିଆ କର୍ମୀ ନେତା ଙ୍କ ପାନୀୟ, ଖାଦ୍ୟ ପରିଚାଳନା ଦାୟିତ୍ୱ ରମେଶ ଦଳେଇ, ଗୋପାଳବାରିକ, ମମତା ବାରିକ, ଖରିଡ଼ା ଗ୍ରାମବାସୀ ପରିବେଷଣ କରିଥିଲେ | ରିପୋର୍ଟ:ପ୍ରସନ୍ନ କୁମାର ଦାସ
