You are currently viewing ବେଗୁନିଆପଡା ବ୍ଲକର ବିଭିନ୍ନ ପର୍ଯ୍ୟଟନ ସ୍ଥଳିର ସ୍ଥିତି ପରଖିଲେ ଜିଲ୍ଲାପାଳ
ବେଗୁନିଆପଡା ବ୍ଲକର ବିଭିନ୍ନ ପର୍ଯ୍ୟଟନ ସ୍ଥଳିର ସ୍ଥିତି ପରଖିଲେ ଜିଲ୍ଲାପାଳ

କୋଦଳା
ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତିଭାସନ, ଵି ଏମ ସି ବ୍ରହ୍ମପୁର କମିଶନର ପ୍ରଥମେଶ ଅରବିନ୍ଦ ରାଜସିରିକେ ଏବଂ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହାଁସଦା ଗୁରୁବାର ଦିନ ବିଭିନ୍ନ ପର୍ଯ୍ୟଟନ ସ୍ଥଳିର ସ୍ଥିତି ପରଖିଛନ୍ତି । ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତରେ ଥିବା ଶାଳିଆ ଡ୍ୟାମ ଓ ମର୍ଦକୋଟ ନିକଟରେ ଥିବା ଝରନଇ ଜଳ ପ୍ରକଳ୍ପ ବୁଲି ଦେଖିଛନ୍ତି । ଉଭୟ ପ୍ରକଳ୍ପର ଏରିଆ କେତେ ରହିଛି, ଉକ୍ତ ପ୍ରକଳ୍ପକୁ ଗମନା ଗମନର ସୁବିଧା କିପରି ରହିଛି, ପ୍ରକଳ୍ପ ଚତୃପାର୍ଶ୍ୱରେ ପରିବେଶ କିପରି ରହିଛି ଆଦି ବିଷୟ ଦେଖିବା ସହ ଦାୟିତ୍ୱ ରେ ଥିବା ଅଧିକାରୀଙ୍କୁ ପଚାରି ବୁଝିଥିଲେ । ତାଙ୍କ ସହ ବିଡ଼ିଓ ସସ୍ମିତା ଶତପଥି, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ ଙ୍କ ସହିତ ଅନେକ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।