ଖଲ୍ଲିକୋଟ : 14 /4 ଖଲ୍ଲିକୋଟ ନିର୍ବାଚବ ମଣ୍ଡଳୀ ରେ ବିଜେଡି ଓ ବିଜେପି ମଧ୍ୟରେ କଡ୍ଡା ମୁକାବିଲା ହେବାକୁ ଯାଉଛି |ବିଜେଡି ତରଫରୁ ଆସନ୍ତୁଷ୍ଟ ନେତା କର୍ମୀ ଓ ସରପଞ୍ଚ ମାନଙ୍କୁ ପୁଣି ବିଜେଡି ଶିବିର କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରୀ ରଖିଥିବା ବେଳେ ବିଜେଡି କୁ ଚଳିତ ନିର୍ବାଚନ ରେ ମାତ ଦେବା ପାଇଁ ବିଜେପି ବଳ ଗୋଟାଇବା ପାଇଁ ଉଦ୍ୟମ ଜାରୀ ରଖିଥିବା ଜଣାପଡିଛି |ରବିବାର ଦିନ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ପ୍ରାକ୍ତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ଆହ୍ୱାନ କ୍ରମେ ଖଲ୍ଲିକୋଟ ବ୍ଲକ ଚିକିଲି ପଂଚାୟତ ର ନାୟବ ସରପଞ୍ଚ ତଥା ବିଜେଡି ଜିଲ୍ଲା ସମ୍ପାଦକ ଅରୁଣ କୁମାର ଖୁଣ୍ଟିଆ ବିଜେଡି ଦଳ ତ୍ୟାଗ କରି ତାଙ୍କ ନେତୃତ୍ୱ ରେ ପଂଚାୟତ ର ପାଞ୍ଚ ସହ କର୍ମୀ ଙ୍କ ସହ ନରେନ୍ଦ୍ର ମୋଦି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପି ରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଥିବା ଜଣାପଡିଛି |

ଉକ୍ତ ମିଶ୍ରଣ ପର୍ବ ରେ ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା ଆସିକା ଲୋକସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶ, ନଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶଙ୍କର ପ୍ରସାଦ ନାହାକ ବ୍ଲକ ଯୁବ ମୋର୍ଚା ସଭାପତି ଜଗନ୍ନାଥ ଭୂୟାଁ ଏବଂ ପଦ୍ମ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ନେତା ଉଦୟ ଜାଣି ପ୍ରମୁଖ ବିଜେଡି ନେତା ଓ କର୍ମୀ ମାନେ କ୍ରମଶଃ ବିଜେଡି ଛାଡି ବିଜେପି ରେ ଯୋଗ ଦେବା ଫଳରେ ବିଜେପି ନେତା ଓ କର୍ମୀ ମାନେ ଉଚ୍ଚାହିତ ଥିବା ଦେଖିବାକୁ ମିଳିଛି |ଆସନ୍ତା ମଙ୍ଗଳବାର ଠାରୁ ବିଜେଡି ତାର ସମର୍ଥକ ଙ୍କୁ ଧରି ପ୍ରଚାର କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାପଡିଛି |
( ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ )
