ପୁରୁଷୋତ୍ତମପୁର ବ୍ଲକରେ ଗତ ନିର୍ବାଚନରେ ବିଜେଡି ଏନ.ଏ.ସି.ରେ ମାତ୍ର ୪୮ ଗୋଟି ଭୋଟରେ ଆଗରେ ରହିଥିବା ବେଳେ ଖଲିକୋଟ ନିର୍ବାଚନ ମଣ୍ଡଳୀରେ ବିରୋଧୀ ପ୍ରାର୍ଥୀଙ୍କ ଠାରୁ ବିଜେଡି ପ୍ରାର୍ଥୀ ୪୧ ହଜାର ଅଧିକ ଭୋଟରେ ନିର୍ବାଚିତ ହୋଇ ଥିଲେ |ତେବେ ବର୍ତ୍ତମାନ ନିର୍ବାଚନରେ କିଛି ବ୍ଲକ ଓ ଏନ.ଏ.ସି.ରେ ଥିବା ମୁଖ୍ୟ ଦଲାଲଙ୍କ ବହୁରୂପୀ ଏଣ୍ଡୁଅଙ୍କ ରୂପ ପରିବର୍ତ୍ତନ ଯୋଗୁଁ ବିଜେଡିର ଭୋଟ ହାର କମିଯିବ ଓ ଦରକାର ପଡିଲେ ଏହା ହାତରୁ ଚାଲିଯିବ ବୋଲି ଚାହା ଖଟିରେ ଚର୍ଚ୍ଚା ହିଁ ଚର୍ଚ୍ଚା, ହେଉଛି | ଦଲାଲ ମାନେ ଭିତିରିଆ ସବୁ ଦଳଙ୍କ ସହିତ ସମ୍ପର୍କ ରଖି ମିଛରେ ମୋ ହାତରେ ବହୁ ଭୋଟ ଅଛି କହି ପ୍ରାର୍ଥୀ ମାନଙ୍କ ଠାରୁ ବହୁ ଅର୍ଥ ଆଦାୟ କରିବା ସହିତ ପ୍ରାର୍ଥୀ ମାନଙ୍କୁ ଶେଷରେ ଭୁଆଁ ବୁଲେଇ ଦେଇ ଥାନ୍ତି | ସେମାନଙ୍କ ମୁଖ୍ୟ ଭୂମିକା ହେଉଛି ନିର୍ବାଚନ ସମୟରେ ଏହା ଏକ ଲାଭ ଦାୟକ ବ୍ୟବସାୟ | ଯେପରି ସିଜନ ଋତୁରେ କମ୍ପାନୀ ମାନେ ଲୋକଙ୍କୁ ବହୁ ଅଫର ଦେଇ ତାଙ୍କ ଠାରୁ ଅର୍ଥ ଲୁଟି ନିଅନ୍ତି, ସେହିପରି ଏମାନେ ମଧ୍ୟ ପ୍ରାର୍ଥୀଙ୍କୁ ମିଛ କଥା କହି ତାଙ୍କରି ମନକୁ ପ୍ରଭାବିତ କରି ଅର୍ଥ ଶୋଷି ନିଅନ୍ତି | ଏବଂଠିକଣାସମୟରେ ବଡ଼ଖେଳୁଆଡ଼ ହୋଇ ବହୁ ଅର୍ଥ ନେଇଥିବା ପ୍ରାର୍ଥୀଙ୍କୁ କିଛି ଭୋଟ କୁକୁରକୁ ହାଡ଼ ଫିଙ୍ଗିଲା ଭଳି ଭୋଟ କରେଇ ଦିଅନ୍ତି | ତେବେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଗତ ଥର ବିଜେପି ୨ୟ ସ୍ଥାନରେ ରହିଥିଲା ବେଳେ କଂଗ୍ରେସ ୫ହଜାର ଭୋଟ ପାଇ ତାର ଅମାନତହରେଇଦେଇଥିଲା | କିନ୍ତୁ ଯୁବ କଂଗ୍ରେସ ପ୍ରାର୍ଥୀ ଙ୍କୁ ଲୋକେ ଭଲ ପାଉଛନ୍ତି, ଏବଂ ବହୁତ ଭୋଟ ପାଇବାର ସମ୍ଭାବନା ରହିଛି | ସେହିପରି ବିଜେପି ମଧ୍ୟ ଗତ ନିର୍ବାଚନ ଠାରୁ ଅଧିକ ଭୋଟ ପାଇବ ବୋଲି ଲୋକେ ଆକଳନ କରୁଛନ୍ତି | ତେବେ ତ୍ରିମୁଖୀ ଲଢେଇ ରେ ତିନି ପ୍ରାର୍ଥୀ ଭୋଟ ହାତେଇବାରେ ସବୁ ପ୍ରକାର କଳା ଓ କୌଶଳ ପ୍ରୟୋଗ କରି ଭୋଟର ମାନଙ୍କୁ ନିଜ ପକ୍ଷକୁ ଆକୃଷ୍ଟ କରିବାରେ ପ୍ରଚେଷ୍ଟା ଜାରି ରଖିଥାନ୍ତି | ବିଜେଡି ପ୍ରାର୍ଥୀଙ୍କ ପାଇଁ କଣ୍ଟା ସାଜିଛନ୍ତି ବହୁ ଦଲାଲ ମାନେ | ସେମାନେ ଦିନରେ ବସନ୍ତ ଓ ରାତିରେ ବାସନ୍ତୀ ହୋଇ ବିଜେଡିକୁ ବୁଡେଇ ଦେବାକୁ ସେମାନଙ୍କ ବିଚକ୍ଷଣ ବୁଦ୍ଧିକୁ ପ୍ରୟୋଗ କରୁଛନ୍ତି | ଏମାନେ ପାଣ୍ଡଵ ମାନଙ୍କ ଖାଇ କୌରବ ମାନଙ୍କ ସପକ୍ଷ ରେ ରହୁ ଛନ୍ତି ବୋଲି ଚାହା ଖଟିରେ ଜୋରଦାର ଚର୍ଚ୍ଚା ହେଉଥିବାର ଶୁଣି ବାକୁ ମିଳୁଛି | ଏହାର ଫାଇଦା ନେବାରେ ଲାଗିଛନ୍ତି ଅନ୍ୟଦଳ, ତେଣୁ ଆଗାମୀ ଛଅ/ସାତ ଦିନମଧ୍ୟରେ ବିଜେଡି ଏହି ବହୁରୂପୀ ମାନଙ୍କ ଠାରୁ ଦୁରେଇ କିଛି ଜନ ପ୍ରତିନିଧି, ଓ ଗାଁର ଭଦ୍ରଲୋକଙ୍କ ସହିତ ମିଶି ଆଲୋଚନା କରି ପାରିବେ ତେବେ ବିଜେଡି ବିଜୟ ହେବାର ସମ୍ଭବନା ହୋଇ ପାରିବବୋଲି ସକାଳ ୬ଘଣ୍ଟ ଠାରୁ ରାତ୍ର ୧୦ ଘଣ୍ଟ ପର୍ଯ୍ୟନ୍ତ ଚାହା ଖଟିରେ ଏହା ମଧ୍ୟ କିଛି ଲୋକ ଚର୍ଚ୍ଚା କରୁଛନ୍ତି | ଏବଂ ବିଭିନ୍ନ ଲୋକଙ୍କ ଠାରୁ ରାଜନୀତି ବିଷୟରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି |

ବିଜେଡି ପ୍ରାର୍ଥୀ ଏତେ ସରଳ ହୋଇ ଯାଉଥିବାରୁ ଏହାର ଫାଇଦା ନେଉଛନ୍ତି ସେହି ଦଲାଲ ଓ ଟାଉଟର ମାନେ | ସେମାନଙ୍କ ମିଠା କଥାରେ ଯଦି ବିଜେଡି ପ୍ରାର୍ଥୀ ପ୍ରଲୋଭିତ ହୁଅନ୍ତି,ତେବେ ବିରାଟ ବିପଦ ମାଡି ଆସିବ ବୋଲି ଏହା ଉପରେ ଚାହା ଖଟିରେ ଚର୍ଚ୍ଚା ଯୋର ଧରିଛି | ବିଶେଷ କରି ଏହି ମାନଙ୍କୁ ଜନତା ମାନେ ଚିହ୍ନି ସାରିଲେଣି ତେଣୁ ଏମାନଙ୍କ କଥାକୁ ଲୋକମାନେ କେବେହେଲେ ଗ୍ରହଣ କରିବେନି, ଏହାଙ୍କ ଠାରୁ ଜନତା ଦୁରେଇ ରହୁ ଛନ୍ତି,ତେଣୁ ଚାହା ଖଟିର ଚର୍ଚ୍ଚା ଯଦି ସତ୍ୟ ହୁଏ ତେବେ ବିଜେଡି ହାତରୁ ଖଲ୍ଲିକୋଟ ଆସନ ଖସିଯିବାର ସମ୍ଭାବନା ରହିଛି ବୋଲି ରାଜ ନୈତିକ ସମୀକ୍ଷକଙ୍କ ମଧ୍ୟ ସେହି ମତ | ତେଣୁ ବିଜେଡି ପ୍ରାର୍ଥୀ ୧୫ ଗୋଟି ପଞ୍ଚାୟତର ଜନ ପ୍ରତିନିଧିଙ୍କ ସହିତ ଲୋକଙ୍କ ସହ ସ୍ୱଳ୍ପ ସମୟ ମଧ୍ୟରେ ଯଦି ବିଚାର ବିମର୍ଶ ଜରନ୍ତି ତେବେ ହୁଏତ ବିଫଳତା ଠାରୁ ସଫଳତା ପାଇବାର ସ୍ୱପ୍ନ କିଛି ମାତ୍ରାରେ ସତ ହୋଇ ପାରିବ ବୋଲି ଲୋକଙ୍କ ଚର୍ଚ୍ଚା ରୁ ଶୁଣିବାକୁ ମିଳୁଛି | ତେଣୁ ବେଳ ଥାଉ ଥାଉ ବିଜେଡି ପ୍ରାଥୀ କାର୍ଯ୍ୟ ର ସଦୁପଯୋଗ ନକରନ୍ତି ତେବେ ଲେଡି ଗୁଡ଼ କହୁଣୀ କୁ ବୋହିଯିବ ବୋଲି ଲୋକଙ୍କ ମତ | ସେତେବେଳେ ଆଉ କିଛି କରିହେବନି କିମ୍ବା ଦଲାଲ ମାନଙ୍କୁ କିଛି କହି ହେବନି | ତେଣୁ ଚାହା ଖଟିର ବିଚାର, ବ୍ୟବସ୍ତା ପ୍ରାଥୀ ଙ୍କର, ଦେଖାଯାଉ ଆସନ୍ତା ଚାରି ତାରିଖ ଫଳା ଫଳ ସମୟ କୁ ଅପେକ୍ଷା |
ରିପୋର୍ଟ ପ୍ରସନ୍ନ କୁମାର ଦାସ
