ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କୁ ଭାରତ ଅସ୍ମିତା ଜାତୀୟ ପୁରଷ୍କାର ପାଇବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟିଛି । ଏହି କ୍ରମରେ ଖଲ୍ଲିକୋଟରେ ଶୁଭେଚ୍ଛା ଜଣାଇଲେ ଦଳୀୟ କର୍ମକର୍ତ୍ତା । ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଖଲ୍ଲିକୋଟ ବିଧାୟିକା ସୁର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧ୍ୟକ୍ଷ ଦୈତାରି ବେହେରା, ଏନଏସି ଅଧ୍ୟକ୍ଷ ଇଂ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭ୍ୟା ସୋନମ ପଳାଇ, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲି, ବିସିସି ବ୍ୟାଙ୍କ ନିର୍ଦେଶକ ରାମ ମୋହନ ପଣ୍ଡା, ପୁରୁଷୋତ୍ତମ ପୁର ଏନଏସି କାଉନସିଲର ତଥା ବିଜେଡି ଜିଲ୍ଲା ସମ୍ପାଦକ ଅଶୋକ କୁମାର ମହାଙ୍କୁଡ଼ଙ୍କ ବହୁ ସରପଞ୍ଚ ସେମିତିସଭ୍ୟ ଓ କର୍ମୀ ଉପସ୍ଥିତ ଥିଲେ । ପୁନେର ମିଟ ଡବ୍ଲୁପିୟୁ ଓ ମିଟ ସ୍କୁଲ ଅଫ ଗଭର୍ଣ୍ଣମେଣ୍ଟ ନାମକ ସଂସ୍ଥା ପକ୍ଷରୁ ସାଂସଦଙ୍କୁ ଏହି ପୁରଷ୍କାର ପ୍ରଦାନ କରାଯାଇଛି ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
