You are currently viewing କୋଦଳା ପୂର୍ବତନ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ବିଶାଳ ମହିଳା ଶୋଭାଯାତ୍ରା ଓ ସମାବେଶ ୨୪ ନିର୍ବାଚନ ପୂର୍ବରୁ ଶକ୍ତି ବୃଦ୍ଧି କରୁଛି ହର ବାହୀନି
କୋଦଳା ପୂର୍ବତନ ଅଧ୍ୟକ୍ଷାଙ୍କ ନେତୃତ୍ୱରେ ବିଶାଳ ମହିଳା ଶୋଭାଯାତ୍ରା ଓ ସମାବେଶ ୨୪ ନିର୍ବାଚନ ପୂର୍ବରୁ ଶକ୍ତି ବୃଦ୍ଧି କରୁଛି ହର ବାହୀନି

କୋଦଳା (୨୪/୧୨/୨୦୨୩)
ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଗଞ୍ଜାମ ଜିଲ୍ଲା କୋଦଳା ଠାରେ ରବିବାର ଏକ ବିଶାଳ ମହିଳା ସମାବେଶ ଦେଖିବାକୁ ମିଳିଛି। ପୂର୍ବତନ ଏନଏସି ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁଙ୍କ ନେତୃତ୍ବରେ ପାଖାପାଖି ୫ ହଜାର ମହିଳା ଏକାଠି ହୋଇ ଏକ ବିରାଟ ଶୋଭାଯାତ୍ରାରେ କୋଦଳା ସହିତ ପରିକ୍ରମା କରିବା ପରେ ଏକ ବିଶାଳ ସମାବେଶ ଆୟୋଜିତ ହୋଇଥିଲା। ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ଅଧ୍ୟକ୍ଷ ତଥା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ, କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ରଞ୍ଜିତା ସାହୁ, ପ୍ରବାସୀ ଓଡିଆ ସଂଗଠକ ବିଜୟ କଅଁର, କେ ବରିଡ଼ା ସରପଞ୍ଚ ପୂଜା ପ୍ରଧାନ, ସମିତି ସଭ୍ୟା ପୁଷ୍ପାଞ୍ଜଳି ଗୌଡ଼ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
ପୂର୍ବରୁ ଯୁବ ସମାବେଶ ଏବଂ ଏବେ ମହିଳା ସମାବେଶ। ଇଂରାଜୀ ନବବର୍ଷକୁ ଅଭିନନ୍ଦନ ଜଣାଇ ମହିଳା ଭେଟଘାଟ୍ ନାମରେ ବିଶାଳ ସମାବେଶ ଆୟୋଜନ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସାଂଗଠନିକ ସୁଦୃଢ଼ କରିବାରେ ଲାଗିଛନ୍ତି କୋଦଳାର ସାହୁ ପରିବାର। ନିର୍ବାଚନ ମଣ୍ଡଳୀରେ ବିଗତ ୫ ବର୍ଷ ଧରି ଅରାଜକତା, ଦୁର୍ନୀତି, ଭ୍ରଷ୍ଟାଚାର, ଜନ ଅସନ୍ତୋଷ ଲାଗି ରହିଥିବା ବେଳେ ଆଗାମୀ ସାଧାରଣ ନିର୍ବାଚନରେ ହରପ୍ରସାଦଙ୍କ ପରିବାରରୁ ଜଣଙ୍କୁ ବିଜୁ ଜନତା ଦଳରୁ ଟିକେଟ୍ ଦିଆଯିବାକୁ ଦାବି କରିଛନ୍ତି ସମର୍ଥକ। ଏପଟେ ଦୁର୍ନୀତି ଭ୍ରଷ୍ଟାଚାର ଓ ଅରାଜକତାକୁ ଲୋପ କରିବାକୁ ହେଲେ ଜନତା ଜାଗିବା ଦରକାର ଏବଂ ଏବେ ଜନତା ଜାଗିଛନ୍ତି, ୨୪ ନିର୍ବାଚନରେ ଦଣ୍ଡିଶ୍ୱରଙ୍କ ଆଶୀର୍ବାଦରେ ତାହା କରିକି ଦେଖେଇବେ ବୋଲି କହିଛନ୍ତି ହରପ୍ରସାଦ ସାହୁ। ଗରିବ ଖଟିଖିଆ ମାନଙ୍କ ପ୍ରତି ଅବହେଳା, ଅନ୍ଯାୟ, ଅତ୍ଯାଚାର ବିରୁଦ୍ଧରେ ଜନତା ନିଶ୍ଚୟ ଜବାବ ଦେବେ ବୋଲି କହିଛନ୍ତି କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ରଞ୍ଜିତା ସାହୁ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା
ହାତକୁ ନେଇଛନ୍ତି କିନ୍ତୁ ଉପଯୁକ୍ତ ନେତୃତ୍ୱ ଅଭାବରୁ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ଏହି ଅଞ୍ଚଳ ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏଯାବତ୍ ମାରୁଡି ଘାଇରେ ପାଣି ନାହିଁ। ସର୍ବାଧିକ ଲୋକେ ଏହି ଘାଇ ଉପରେ ନିର୍ଭର କରୁଥିବା ବେଳେ ଏଠାକାର ଜନପ୍ରତିନିଧି କଣ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ରଞ୍ଜିତା ସାହୁ। ସମାବେଶରେ ହଜାର ହଜାର ମହିଳା ନିଜ ଅଞ୍ଚଳର ବରିଷ୍ଠ ନେତା ହରପ୍ରସାଦ ସାହୁଙ୍କୁ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳରୁ ଟିକେଟ୍ ଦେବାକୁ ଦାବି କରିଥିବା ଦେଖିବାକୁ ମିଳିଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।