You are currently viewing ଆସିକା ବସଷ୍ଟାଣ୍ଡ ଠାରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ
ଆସିକା ବସଷ୍ଟାଣ୍ଡ ଠାରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ

ଆସିକା,୨୮/୪(ଶକ୍ତି ପ୍ରସାଦ କର) ସ୍ଥାନୀୟ କଳିଙ୍ଗା ରୋଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ସାମ୍ନା ରେ ଭାରତୀୟ ଜନତା ପାର୍ଟିର ଘୁମୁସର ସାଙ୍ଗଠନିକ ଜିଲ୍ଲା ର ଆସିକା ସାଂସଦୀୟ କ୍ଷେତ୍ରର କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ଏମ ପି ପାର୍ଥୀନୀ ଅନିତା ଶୁଭଦର୍ଶନୀ, ବିଧାୟକ ପାର୍ଥୀ ତଥା ପୂର୍ବତନ ବିଧାୟକ ସରୋଜ ପାଢ଼ୀ,ଆସିକା ଲୋକସଭା ପ୍ରଭାରୀ ଅଜୟ ମିଶ୍ର, ଘୁମୁସର ଜିଲ୍ଲା ସଭାପତି ବିଜୟ ସ୍ୱାଇଁ,କାଉନସିଲର ସରୋଜ ଭଞ୍ଜ, ବିଜୟ ସ୍ୱାଇଁ,ଭି. ଖୋକନ ରାଓ,କାଳୁ ଚରଣ ପ୍ରଧାନ, କାଉନସିଲର ରାଘବ ସିଅ, ଭିକି ପାତ୍ର, ଭିକାରି ଚରଣ ମହାନ୍ତି,ସଂଯୋଜୋକ ଯଜ୍ଞ ନାରାୟଣ ଦାସ, ସୁଶାନ୍ତ ନାହାକ,ଦୁର୍ଗା ପଟନାୟକ, ସୁକାନ୍ତ ପାତ୍ର କାମେଶ୍ୱର ବିଶ୍ୱାଳ, ସନ୍ଦୀପ ପାଢ଼ୀ,ପ୍ରମୁଖ ଉପସ୍ଥିତ ରହିଥିଲେ l ଦଳୀୟ କର୍ମକର୍ତା ମାନେ ଅବକି ବାର ଓଡିଶା ମେ ଭାଜପା ସରକାର ନାରା ଦେଇଥିଲେ l ମୋଦି ଜି କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବାକୁ ସବୁ ବର୍ଗ ର କର୍ମୀ ଲାଗି ପଡିବା ବୋଲି ଏମ ପି ପାର୍ଥୀନୀ ଅନିତା ଶୁଭଦର୍ଶନୀ ପ୍ରକାଶ କରିଥିଲେ l