You are currently viewing ବିଜେପି ମିଶ୍ରଣ କୁ ନେଇ ବିଜେଡି ର ତୀବ୍ର ପ୍ରତିକ୍ରିୟା, ମିଶ୍ରଣ ପର୍ବ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ, ବିଜେଡି ର ସଂଗଠନ ଦୃଢ଼ ମଜଭୁତ ରହିଛି
ବିଜେପି ମିଶ୍ରଣ କୁ ନେଇ ବିଜେଡି ର ତୀବ୍ର ପ୍ରତିକ୍ରିୟା, ମିଶ୍ରଣ ପର୍ବ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ, ବିଜେଡି ର ସଂଗଠନ ଦୃଢ଼ ମଜଭୁତ ରହିଛି

ଖଲ୍ଲିକୋଟ : 23/4 ଗତକାଲି କଞ୍ଚଣା ଠାରେ ଅନୁଷ୍ଠିତ ବିଜେପି ର ମହା ମିଶ୍ରଣ ପର୍ବ ଓ ଶକ୍ତି ପ୍ରଦର୍ଶନ କୁ ନେଇ ବିଜେଡି ନେତା ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି |ମଙ୍ଗଳବାର ଦିନ ଗୁରାପଲ୍ଲୀ ନିକଟରେ ଥିବା ହୋଟେଲ ଚିଲିକା ଇନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ନେତା ମାନେ ବିଜେପି ର ମିଶ୍ରଣ ପର୍ବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ର ମିଶ୍ରଣ ପର୍ବ ଏକ ନାଟକବାଜି ଆଗାମୀ ନିର୍ବାଚନ ରେ ଏହାର କୌଣସି ପ୍ରଭାବ ପଡିବ ନାହିଁ |କାରଣ ସ୍ବର୍ଗତ ରାଣୀ ଙ୍କ ଅମଳରୁ ଦୀର୍ଘ ପଚାଶ ବର୍ଷ ଧରି ବିଜେଡି ସଂଗଠନ ଦୃଢ଼ ଓ ମଜଭୁତ ରହିବା ସହ ବିଜେଡି ଗଡ଼ ରେ ପରିଣତ ହୋଇଛି |ତେଣୁ ଚଳିତ ନିର୍ବାଚନ ରେ ବିଜେଡି ପାର୍ଥି ସୂର୍ଯ୍ୟମଣି ବୈଦ୍ୟ ବିପୁଳ ଭୋଟ ରେ ବିଜୟୀ ହେବେ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ | ରାଣୀ ଲିଗାସି ଙ୍କ ପ୍ରଭାବ ସମ୍ପର୍କ ରେ ଗଣମାଧ୍ୟମ କୁ ସୂଚନା ଦେଇ ଯେଉଁ ମାନେ ରାଣୀ ଙ୍କୁ ଭଲ ପାଉଥିଲେ ଓ ବିଜେଡି ଭଲ ପାଇବା ଉଚିତ |ସାମାନ୍ୟ ସ୍ୱାର୍ଥ ପାଇଁ ଦଳ ବଦଳି କରିବା ଠିକ ହୋଇନି ଓ ରାଣୀ ଲିଗାସି ବୋଲି କିଛି ନାହିଁ ବୋଲି ପ୍ରକାଶ କରିଥିଲେ |ସରପଞ୍ଚ ମାନଙ୍କ ଦଳ ବଦଳି ପ୍ରସଙ୍ଗ ରେ ସମସ୍ତ ଙ୍କୁ ସନ୍ତୋଷ କରିବା ସମ୍ଭବ ନାହିଁ ତେଣୁ ସାମାନ୍ୟ ସ୍ୱାର୍ଥ ପାଇଁ କିଛି ସରପଞ୍ଚ ଦଳ ବଦଳି କରିଛନ୍ତି ଏହା ନିର୍ବାଚନ କୁ ପ୍ରଭାବିତ କରିବ ନାହିଁ |ବ୍ଲକ ଅଧକ୍ଷ ଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ଦଳୀୟ ନିଷ୍ପତ୍ତି କ୍ରମେ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ଗତ 6 ମାସ ତଳେ ଇସଫା ଦେଇଛନ୍ତି |ତାଙ୍କ ଇସ୍ତଫା ଭୋଟର ଙ୍କ ଉପରେ ପ୍ରଭାବ ପଡିବ ନାହିଁ |ବିଜେପି କୁ ଆଗାମୀ ନିର୍ବାଚନ ରେ ଦୃଢ ଭାବେ ମୁକାବିଲା କରିବ କାରଣ ବିରୋଧୀ ବିଜେପି ପାର୍ଥି ଖଲ୍ଲିକୋଟ ବାସୀ ଗତ ଦଶ ବର୍ଷ ଧରି ପରୀକ୍ଷା କରି ସାରିଛନ୍ତି ବୋଲି ପ୍ରକାଶ କରିଥିଲେ |ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ପ୍ରଧାନ, ରାଜ୍ୟ ପାଣି ପଂଚାୟତ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ପୂର୍ବତନ ସରପଞ୍ଚ ବନମାଳୀ ବାଲା, ଚକ୍ରପାଣି ରାଉତ, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲ୍ଲୀ, ପୂର୍ବତନ ସମିତି ସଭ୍ୟ ନବ ସାହୁ ଜିଲ୍ଲା ଯୁବ ବିଜେଡି ଉପ ସଭାପତି ବିକାଶ ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ଦୟାନିଧି ସାହୁ ପ୍ରମୁଖ ବିଜେଡି ନେତା ମାନେ ଉପସ୍ଥିତ ରହି ସେମାନଙ୍କ ବକ୍ତବ୍ୟ ରଖିଥିଲେ |
( ରିପୋର୍ଟ ମାଧବ ବେହେରା ଖଲ୍ଲିକୋଟ )