You are currently viewing କଟକ ସଦର ବିଜେପିର ଗାଁକୁ ଚାଲ ଅଭିଯାନର ପ୍ରସ୍ତୁତି ବୈଠକ
କଟକ ସଦର ବିଜେପିର ଗାଁକୁ ଚାଲ ଅଭିଯାନର ପ୍ରସ୍ତୁତି ବୈଠକ

କଟକ ସଦର ବିଜେପିର ‘ଗାଁକୁ ଚାଲ ଅଭିଯାନ’ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଧରିଣା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ସଦର ବିଜେପି ଯୁବନେତା ଇଞ୍ଜିନିୟର ପ୍ରକାଶଚନ୍ଦ୍ର ସେଠୀଙ୍କ ନେତୃତ୍ବରେ ସ୍ଥାନୀୟ ଗୋପ ଗୋସ୍ବାମୀ ମଠ ପରିସରରେ ଅନୁଷ୍ଠିତ

ବୈଠକରେ କଟକ ସଦର ନିର୍ବାଚନମଣ୍ଡଳୀ ପ୍ରଭାରୀ ରଶ୍ମିରେଖା ଦାସ, ଓବିସି ମୋର୍ଚ୍ଚା ସଭାପତି ପ୍ରତାପ ରାଉତ, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ସାହୁ, ବିରଜାପ୍ରସାଦ ସାହୁ, ବାଉରିବନ୍ଧୁ ମହାନ୍ତି, ପୂର୍ବତନ ସମିତି ସଭ୍ୟ ତଥା ପଞ୍ଚାୟତ ବିଜେପି ସଭାପତି କେଳୁଚରଣ ମହାଳି, ବିଶ୍ବନାଥ ବସ୍ତିଆ, କିଶନନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ଉରାଳି ମଣ୍ଡଳ ସଭାପତି ପ୍ରଦୀପ ବେହେରା, ପୂର୍ବତନ ମଣ୍ଡଳ ସଭାପତି ଦେବ ଜେନା, ବିମଳ କୁମାର ପଣ୍ଡା, ରଘୁନାଥ ଚୌଧୁରୀ, କ୍ଷୀତିନ୍ଦ୍ର ମିତ୍ର, ପ୍ରତାପ ସେଠୀ, ଅରବିନ୍ଦ ମହାନ୍ତି, ସମିର ସେନାପତିଙ୍କ ସମେତ ବହୁ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।