କୋଦଳା (୧୧/୧୨/୨୦୨୫)
ସୋସିଆଲ୍ ମିଡିଆରେ ଏବେ ଏକ ଅଡିଓ ରେକର୍ଡିଂ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କୋଦଳା ଏନଏସି କାର୍ଯ୍ଯାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥଙ୍କୁ ଟେଣ୍ଡର ଫିକ୍ସିଂ କାହିଁକି ହେଲା ଏବଂ ଏନେଇ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପ୍ରଶ୍ନ କରୁଛନ୍ତି ଜନୈକ କାଉନସିଲର। ଟେଣ୍ଡର ଫିକ୍ସସିଂ କରିଥିବା ଲୋକ ନାମରେ କାହିଁକି ଥାନାରେ ଏତଲା ଦିଆଯାଇନି ବୋଲି ପ୍ରଶ୍ନ କରିଛନ୍ତି କାଉନସିଲର। ଟେଣ୍ଡର ଫିକ୍ସସିଂ ହୋଇଥିବା ଏହି ଅଡିଓ ରେକର୍ଡିଂ ରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ଅଥଚ ଜିଲ୍ଲା ପ୍ରଶାସନ କାହିଁକି କୌଣସି ପଦକ୍ଷେପ ନେଉନି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସହରର ବୁଦ୍ଧିଜୀବୀ। ଭାଇରାଲ ଅଡିଓ କୁ ଯାଞ୍ଚ୍ କରି ତୁରନ୍ତ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସହରର ସଚେତନ ନାଗରିକ।
ସୂଚନା ଅନୁଯାୟୀ ଏହି ଏନଏସି ରେ ୨୧ ଟି ଟେଣ୍ଡର ର ୨୨ ନଭେମ୍ବର ରେ ଓପନ ପାଇଁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସେହି ଦିନ ନ ଖୋଲାଯାଇ ଗତ ୨୭ ତାରିଖ ଦିନ ୧୦ ଘଣ୍ଟା ୧୫ ମିନିଟ୍ ରେ ଖୋଲା ଯାଇଥିଲା। ଟେଣ୍ଡର ଖୋଲାଯିବା ବେଳେ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ କିଛି ଗୁଣ୍ଡା ଶ୍ରେଣୀର ବ୍ଯକ୍ତି ପହଞ୍ଚିଥିଲେ। ଟେଣ୍ଡର ବକ୍ସ ଖୋଲା ଯାଇଥିବା ବେଳେ ସେ ସଂପର୍କୀତ କାଗଜପତ୍ର ଖୋଲା ଯାଇ ନଥିଲା। କୋଦଳା ଏନଏସି ରେ ଗୋଟିଏ ଟେଣ୍ଡର ବକ୍ସ ଥିବା ହେତୁ ବାହାରିଥିବା ୧୧ ଟି ଟେଣ୍ଡର ର ୨୭ ତାରିଖ ଦିନ ହିଁ ୧୦ ଟା ରୁ ୧୧ ଟା ଭିତରେ ଅଫ୍ ଲାଇନ୍ ରେ ବକ୍ସ ଭିତରେ ପକାଇବାକୁ ଧାର୍ଯ୍ୟ ହୋଇଥିଲା। ଅଡିଓ ରେକର୍ଡିଂ ରୁ ଯାହା ସ୍ପଷ୍ଟ ହେଉଛି, ପୁରା ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ରହିନି ଏବଂ ସୁଚିନ୍ତିତ ଷଡଯନ୍ତ୍ର କରାଯାଇଛି। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଥିବା ବେଳେ କୋଦଳା ଏନଏସି ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ପ୍ରୟାସ କରୁଛି। ଏଣୁ ଏହାର ଭିଜିଲାନ୍ସ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରା ନଗଲେ ମାନ୍ଯବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବି ବୋଲି କାଉନସିଲର ଭଗବାନ ପାଢୀ କହିଛନ୍ତି।
