You are currently viewing ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ଷଷ୍ଠ ପଞ୍ଚବାର୍ଷିକୀ ମହାସଭା ଉଦଘାଟିତ
ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ଷଷ୍ଠ ପଞ୍ଚବାର୍ଷିକୀ ମହାସଭା ଉଦଘାଟିତ

ଗଞ୍ଜାମ ଜିଲ୍ଲା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ଷଷ୍ଠ ପଞ୍ଚବାର୍ଷିକୀ ସମ୍ମିଳନୀ ଓ ମହାସଭା କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ସ୍ଥାନୀୟ ତିନି ତାଲୁକା ପରିଷଦ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି । ଆଜି ପ୍ରଥମ ଦିବସରେ ବଡଖେମୁଣ୍ଡି , ସାନଖେମୁଣ୍ଡି ଓ ଚିକିଟି ତାଲୁକାର ସମସ୍ତ ମୁଠା କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ , ହରପ୍ରିୟା ଆଶ୍ରମର ଯୋଗୀ ଦେବଦତ୍ତ ମେକାପ , ପୂର୍ବତନ ବିଧାୟକ ପ୍ରାର୍ଥୀ ସାକା. ସୁଜିତ ଯୋଗଦେଇ ମହାସଭାରେ ପୂଜିତ ପାଉଥିବା କୂଳଗଙ୍ଗାଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରି ଫେରିଥିଲେ । ଏହି ପରିପ୍ରେକ୍ଷୀରେ ପଣ୍ତିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ନେତୃତ୍ୱରେ ସମାଜର ୧୫ ଶହରୁ ଉର୍ଦ୍ଧ୍ବ ମହିଳା କଳସ ଯାତ୍ରାରେ ସାମିଲ ହୋଇ ବାଦ୍ୟ ବାଦନ ସହକାରେ ମୌଳାଭଞ୍ଜା ନଦୀରୁ ଗଙ୍ଗା ମାତାଙ୍କୁ ଆହ୍ବାନ କରି ମହାସଭା ନିକଟକୁ ଜଳଯାତ୍ରା କରିଥିଲେ । ଏହାପରେ ନାମ ସଂକୀର୍ତ୍ତନ , ଗୃହ ପ୍ରତିଷ୍ଠା , ମୁଠା ସଭାପତି ଓ ଅତିଥିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ତିନି ତାଲୁକାର କର୍ମକର୍ତ୍ତାଙ୍କୁ ନେଇ ଗୋପାଳ ସମାଜ ଉପରେ ଅଭିଭାଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲୁରହିବ ବୋଲି ମହାସଭା ସଭାପତି ତଥା କଇଠଖଣ୍ଡି ସରପଞ୍ଚ ମନୋରଞ୍ଜନ ଗୈାଡ ସୂଚନା ଦେଇଥିବା ବେଳେ ଆଜି ୫ ହଜାରରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ କର୍ମକର୍ତ୍ତା ମାନେ ଏହି ମହାସଭାରେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲା ଉପସଭାପତି ପିତାମ୍ବର ଗୈାଡ , ତିନି ତାଲୁକା ସଭାପତି ହନୁ ଗୈାଡ ସମେତ ଗଣେଶ ମହାଙ୍କୁଡ , ରଘୁନାଥ ମହାଙ୍କୁଡ , ଗଣେଶ ଗୈାଡ , ଲକ୍ଷ୍ମଣ ଗୈାଡ , ମୃତ୍ଯୁଞ୍ଜୟ ଗୈାଡ , ରାମହରି ଗୈାଡ , କଇଠଡା ସରପଞ୍ଚ ପ୍ରତିନିଧି ଦେବହରୀ ଗୈାଡ , ଚଷା ନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ , ଖମ୍ବାରୀ ଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ନିମଖଣ୍ଡିପେଣ୍ଠ ସରପଞ୍ଚ ପ୍ରତିନିଧି ସିମାଞ୍ଚଳ ଗୈାଡ , ପୂର୍ବତନ ସରପଞ୍ଚ ବାୟା ଗୈାଡ , ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାଉନସିଲର ନୀଳମାଧବ ଗୈାଡ , ପଟିଗୁଡା ସରପଞ୍ଚ ସିମାଞ୍ଚଳ ଗୈାଡ, ତିନି ତାଲୁକା ସଂପାଦକ ଆଦିକନ୍ଦ ଗୈାଡ , ଚିକିଟି ସଭାପତି କୃଷ୍ଣଚନ୍ଦ୍ର ଗୈାଡ ପ୍ରମୁଖ ମହାସଭା ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ ପ୍ରଦାନ କରିଥିଲେ । ଭୀଷ୍ମଗିରି ମୁଠା ସଭାପତି ସନ୍ତୋଷ ଗୈାଡ ଓ ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ ଉଦଘାଟନ ଦିବସରେ କର୍ତ୍ତାଭାବେ ପୂଜା କାର୍ଯ୍ୟରେ ବସିଥିବା ଜଣାପଡିଛି ।