You are currently viewing ନଦୀବନ୍ଧ ର ଉନ୍ନତିକରଣ ପାଇଁ ଶୁଭ ଦେଲେ ବିଧାୟକ
ନଦୀବନ୍ଧ ର ଉନ୍ନତିକରଣ ପାଇଁ ଶୁଭ ଦେଲେ ବିଧାୟକ

ସୋରଡ଼ା (ଲିଟୁ କୁମାର ବିଷୋୟୀ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଜନ ସୋରଡ଼ା ବ୍ଳକ ର ପଦ୍ମା ଓ ଋଷିକୂଲ୍ୟା ନଦୀର ବନ୍ୟାଜଳ ପରିଚାଳନା ନିମନ୍ତେ ନଦୀବନ୍ଧ ର ଉନ୍ନତି କରଣ ପାଇଁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଶ୍ରୀରାମପଲି, ଅମୃତୁଲ ଓ ତତାବଲି ଠାରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି |

ପଦ୍ମା ନଦୀର ବାମ ବନ୍ୟାବନ୍ଧର ଉନ୍ନତି କରଣ ପାଇଁ ଶ୍ରୀରାମପଲ୍ଲୀ ଠାରେ ୫, ୩୫,୧୩, ୪୭୮/- ଟଙ୍କା , ଅମୃତୁଲୁ ଠାରେ ୩, ୬୮, ୧୦, ୬୯୮/-ଟଙ୍କା ଓ ଋଷିକୁଲ୍ୟା ନଦୀର ଡାହାଣ ନଦୀବନ୍ଧର ଉନ୍ନତିକରଣ ପାଇଁ ତତାବାଲି ଠାରେ ୪, ୪୮, ୦୬,୪୨୬/- ଟଙ୍କା ର କାର୍ଯ୍ୟଦେଶ ଚୁକ୍ତି ହୋଇଛି |

ଏହି ସମୟରେ ଭଞ୍ଜନଗର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, ସହକାରି ନିର୍ବାହୀ ଯନ୍ତ୍ରୀ କେ ଦେବେନ୍ଦ୍ର ପ୍ରଧାନ, ସହକାରୀ ଯନ୍ତ୍ରୀ ବିଜୟ ଚନ୍ଦ୍ର ପଟ୍ଟନାୟକ, ଠିକାଦାର ପ୍ରକାଶ ଚନ୍ଦ୍ର ସାହୁ, ବସନ୍ତ କୁମାର ନାୟକ, ବଳରାମ ଦଳାଇ, ସମାଜସେବି ଜିତେନ୍ଦ୍ର ନାୟକ, ମଣ୍ଡଳ ସଭାପତି ଟୁକୁନା ଗୌଡ଼, ଭି.ଜଗଦୀଶ ରାଜୁ,ବଦ୍ରି ପ୍ରଧାନ,ଫକୀର ଦଳେଇ, ଉମା ଗୌଡ଼ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ | ନଦୀବନ୍ଧ ର ଉନ୍ନତି କରଣ ହେଲେ ବନ୍ୟା ଜଳ ଗ୍ରାମ ରେ ନ ପଶିବା ନେଇ ସ୍ଥାନୀୟ ଲୋକ ଆଶା ବାନ୍ଧିଥିବା ପ୍ରତିକ୍ରିୟା ଦେଇଛନ୍ତି |