ପୁରୁଷୋତ୍ତମପୁର ତା-୧୬/0୨/ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଗତ ଡିସେମ୍ବର ମାସରୁ ବନ୍ଦ ହୋଇଯାଇଛି ।
ପୁରୁଷୋତ୍ତମପୁର,୧୬।୨ ମାଗଣା ଚାଉଳ ବନ୍ଦ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଠାରେ ବ୍ଳକ ଓ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାକୁ ଘୋର ବିରୋଧ କରିଛି ରାଜ୍ୟ ବିଜେଡି ତଥା ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟଙ୍କ ନିର୍ଦେଶ ରେ ଏହାର ପ୍ରତିବାଦରେ ଗୁରୁବାର ଦିନ ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ଓ ବ୍ଲକ ର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗତ ବୁଧୁବାର ଦିନ ସ୍ଥାନୀୟ ଅଞ୍ଚଳର ମହିଳା ଓ ପୁରୁଷ ବିଜେଡି କର୍ମୀ ଉପସ୍ଥିତ ରହି ହାତରେ ପ୍ଲା-କାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଜେଡି ବ୍ଲକ ସଭାପତିନେତ୍ରୀ ଗୀତା ଵସ୍ତିଆ” ଗଞ୍ଜାମ ଯୁବ ବିଜେଡି ଉପସଭାପତି ସୁବ୍ରାଂଶୁ ଶେଖର ସାବତଙ୍କ ନେତୃତ୍ୱ ରେ ବ୍ଲକର ସମସ୍ତ ଜିଲାପରିଷଦ ସଭ୍ୟ ‘ ସଭ୍ୟାଙ୍କ ସହିତ ସମସ୍ତ ସରପଞ୍ଚ, ନାଏବ ସରପଞ୍ଚ’ ସମିତି ସଭ୍ୟ, ସେହିପରି ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଏନଏସି ନଗର ସଭାପତି ପ୍ରଭାତ କୁମାର ପଟ୍ଟନାୟକ’ ଯୁବ ବିଜେଡି ସଭାପତି ମନୋଜ କୁମାର ଗୌଡ଼’ ମହିଳା ବିଜେଡି ସଭାପତିନେତ୍ରୀ ଅଞ୍ଜଳି ସାହୁ ଓ ବହୁ ଜନସାଧାରଣ ଉପସ୍ଥିତରେ ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ବିଜୟ କୁମାର ବେହେରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସରକାରଙ୍କ ବିରୋଧରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଆସ୍କା ସାସଂଦ ପ୍ରତିନିଧି ପୁରୁଷୋତ୍ତମପୁର ବ୍ଲକର ସୁଦର୍ଶନ ନାୟକ’ ଏନଏସି ସାସଂଦ ପ୍ରତିନିଧି ପ୍ରେମାନନ୍ଦ ସାହୁ’ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ‘ କାଉନସିଲର ଅଶୋକ କୁମାର ମହାଙ୍କୁଡ’ଭାସ୍କର ବେହେରା’ଅରୁଣ କୁମାର ମହାଙ୍କୁଡ ‘ ଭବାନୀଷଙ୍କର ନାହାକ’ କେ ପ୍ରମୋଦ ଆଚାରୀ’ ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ଦିଗାମ୍ବର ପାଣିଗ୍ରାହୀ ‘ନିର୍ମଳ ସାହୁ’ ଜଗତ ପଣ୍ଡାଙ୍କ ସହଯୋଗରେ ସମେତ ଅନ୍ୟ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

