You are currently viewing ବିଜେପି ନେତା ମନୁ ଭାଇଙ୍କ ନିଜ ସମର୍ଥକ ଓ ତାଙ୍କ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ବିଜେପି ନେତା ମନୁ ଭାଇଙ୍କ ନିଜ ସମର୍ଥକ ଓ ତାଙ୍କ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର:- ପୁରୁଷୋତ୍ତମପୁର ବ୍ଲକର କେ.ନ.ପୁର ପଞ୍ଚାୟତ ଅନ୍ତର୍ଗତ ମା ଡାଳଖାଇ ମନ୍ଦିର ପରିସରରେ ଖଲ୍ଲିକୋଟ ବିଜେପି ନେତା ମନୋରଞ୍ଜନ ବେହେରା ନେତୃତ୍ୱରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ଆଖପାଖ ଗ୍ରାମ କେ.ନ.ପୁର, ବାଲିଆ, ଅଲାଡି ଗାଁ,ପ୍ରତାପୁର, ବଡ଼ ରାମପଲ୍ଲୀ, କୁମୁଣ୍ଡ ଗ୍ରାମର ଶହ ଶହ ମନୁଭାଇ ସମର୍ଥକ ଯୋଗ ଦେଇଥିଲେ। ସମର୍ଥକଙ୍କ ମାନେ ମନୁଭାଇଙ୍କୁ ଡାଳଖାଇ ଛକରୁ ସମ୍ବର୍ଦ୍ଧନା କରି ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ କରିଥିଲେ।

ମା ଡାଳଖାଇ ମନ୍ଦିର ପରିସରରେ ପହଞ୍ଚି ସେଠାରେ ସମସ୍ତ ସମର୍ଥକଙ୍କୁ ଆଗାମୀ ନିର୍ବାଚନରେ ବିଜେପିର ବିଜୟ ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ମନୋରଞ୍ଜନ ବେହେରା, କୋଇରାସି ସରପଞ୍ଚ ପ୍ରତିନିଧି ସନ୍ତୋଷ ରାଉତ,ସୂର୍ଯ୍ୟ ନାରାୟଣ ବେହେରା, ex army, ସୁବାସ ବେହେରା, ବୁଲୁ ବେହେରା,କେଞ୍ଚୁ ବେହେରା,ହରିକୃଷ୍ଣ ବେହେରା,ସୋମନାଥ ବେହେରା,ବାଇନାଥ ବେହେରା , ପ୍ରମୋଦ ବେହେରା, କେ ନରସିଂହ ଦୋରା, ହରେକୃଷ୍ଣ ପ୍ରଧାନ ସହ ଅନେକ ନେତା ଉପସ୍ଥିତ ଥିଲେ।

ରିପୋର୍ଟ କେ ରମେଶ ଦୋରା