You are currently viewing ବାଲେଶ୍ୱରର ପି ଇ ଓ ମାନଙ୍କୁ ଶିକ୍ଷା ଲାଭ ନିମନ୍ତେ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ
ବାଲେଶ୍ୱରର ପି ଇ ଓ ମାନଙ୍କୁ ଶିକ୍ଷା ଲାଭ ନିମନ୍ତେ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ

କୋଦଳା
ରାଜ୍ୟ ସରକାର କିଛି ଦିନ ତଳେ ପ୍ରାୟ ଦୁଇ ହଜାର ନୂତନ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତି ଦେଇଛନ୍ତି । ଏମାନଙ୍କୁ ପନ୍ଦର ଦିନିଆ ତାଲିମ ପ୍ରଦାନ କରିବା ସହ ଗୋଟିଏ ଦିନ କ୍ଷେତ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିକ୍ରମରେ ବାଲେଶ୍ୱର ଜିଲ୍ଲାର 44 ଜଣ ପି ଇ ଓ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କାଳିମେଘି ପଂଚାୟତ ଗସ୍ତ କରିଛନ୍ତି । ସ୍ଥାନୀୟ ସରପଞ୍ଚ ଅର୍ଚନା ତ୍ରିପାଠୀ ଓ ସମିତି ସଭ୍ୟା ନୟନୀ ଗୌଡ଼ ଗ୍ରାମ ଆରମ୍ଭରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସଭାଗୃହକୁ ପାଛୋଟି ନେଇଥିଲେ ।

ସୂଚନା ଶିକ୍ଷା ସଂଚାର ପରାମର୍ଶ ଦାତା ଅମ୍ବୁଜ କୁମାର ବିଶୋଇ, ସ୍ଵାତି ତନ୍ମୟା ମିଶ୍ର, ସହକାରୀ ପରାମର୍ଶଦାତା ଚିରଞ୍ଜିବି ମହାରଣା, ବେଗୁନିଆପଡା ଜିପିଡିଓ ଅଶୋକ କୁମାର ଜେନା, କାଲିମେଘି ପି ଇ ଓ ସୁଦାମ ପ୍ରଧାନ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ । ମନରେଗା ଯୋଜନା, ସି ଏଫ ସି, ଏସ ଏଫ ସି, ଗ୍ରାମ ପଂଚାୟତ ଫଣ୍ଡ, ହରିଶ୍ଚନ୍ଦ୍ର ଯୋଜନାକୁ କିପରି କାର୍ଯ୍ୟକାରୀ କରିବା, ପ୍ରକଳ୍ପ ମଞ୍ଜୁରୀ, ଶିକ୍ୱ୍ୟୁର କରିବା, କ୍ୟାସ ବୁକ ଅପଡେଟ କରିବା ଆଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା ।

ଏହା ପରେ ବିଦ୍ୟାଳୟ ଓ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼,ସମାଜସେବୀ ବିଶ୍ୱାମିତ୍ର ତ୍ରିପାଠୀ, ମହେଶ୍ୱର ବରାଡ଼ ପଂଚାୟତ କର୍ମଚାରୀ ସହଯୋଗ କରିଥିଲେ ।