ଚିଲିକା ,୨୧/୦୮ -:- ଭାରତ ରତ୍ନ ଶ୍ରୀ ରାଜୀବ ଗାନ୍ଧୀଙ୍କ ୮୧ ତମ ଜନ୍ମ ବାର୍ଷିକ ପାଳନ ଉପଲକ୍ଷେ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ ଉତ୍ସବ -୨୦୨୫ ପାଳନ ହୋଇଯାଇଛି। ଏହି ସଭାରେ NCC, NSS, Soute and guide ଏବଂ YRC ର ଯୋଗ୍ୟ ବିବେଚିତ ଅଫିସର୍ ମାନଙ୍କଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ YRC ପକ୍ଷରୁ ଯେଉଁ ୧୨ ଜଣଙ୍କୁ ସମ୍ମାନିତ କରାଯାଇଛି ସେମାନଙ୍କ ମଧ୍ୟରେ ଦୁର୍ଗା ଚରଣ ଚିଲିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ,ଟାଙ୍ଗୀ, ରଞ୍ଜନ କୁମାର ମହପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସମ୍ମାନ ର ଶ୍ରେୟ ସେ ତାଙ୍କର କଲେଜ ର ଅଧକ୍ଷ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ସର୍ବୋପରି ତାଙ୍କର ପିତା ମାତା ଙ୍କୁ ଅର୍ପଣ କରୁଛନ୍ତ ।

ଏହି ସଭାରେ ଉପସ୍ଥିତ ଥିବା ବରେନ୍ୟ ଅତିଥି ମାନେ ହେଉଛନ୍ତି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି , ସଭାପତି, ମୁଖ୍ୟ ବକ୍ତା Prof କୁମାର ବର ଦାସ Ex – Vice Chancellor ଫକିର ମୋହନ ବିଶ୍ଵବିଦ୍ୟାଳୟ, ଏବଂ ସଭା ପରିଚାଳନା କରିଥିଲେ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକ ଓଡ଼ିଶା ରାଜିବ ଗାନ୍ଧୀ ଛାତ୍ର ଫୋରର୍ମ୍ ।
