You are currently viewing ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଶୁଭଦ୍ରା ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ।
ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଶୁଭଦ୍ରା ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ।

କୋଦଳା
ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ହେଉଛି ଶୁଭଦ୍ରା ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ।ମହିଳା ଗୋଷ୍ଠୀଙ୍କୁ ପ୍ରୋସାହନ ଦେବା ଉଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ପରିସରରେ ବ୍ଲକ ସ୍ତରୀୟ ଶୁଭଦ୍ରା ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିବା ସହ ମହିଳା ଗୋଷ୍ଠୀକଂ ଦ୍ବାରା ତିଆରି ବିଭିନ୍ନ ପାରମ୍ପରିକ ଖାଦ୍ୟ ଷ୍ଟଲ ବୁଲି ଦେଖିବା ସହ ଖୁସି ପ୍ରକାଶ କରିଥିଲେ। ବ୍ଲକ ମିଶନ ଶକ୍ତି ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ସିଡିପିଓ ଲଳିତା ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସସ୍ମିତା ଶତପଥୀ, ଅତିରିକ୍ତ ବିଡ଼ିଓ ନିରଞ୍ଜନ ବେହେରା, ସାଂସଦ ପ୍ରତିନିଧି ଆଲୋକ ଶତପଥୀ, ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଯୋଗ ଦେଇଥିଲେ।
ଏଥିରେ ବ୍ଲକର ୧୩ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ, ମାଣ୍ଡିଆ, ଚାଉଳ, ଚୂନାରେ ମଣ୍ଡା ପିଠା,କେକ୍, ମାଣ୍ଡିଆ,ଦହିବରା, ପକୁଡ଼ି, ଲଡୁ, କ୍ଷୀରି, ଜାଉ, ଭଳି ବିଭିନ୍ନ ପ୍ରକାରର ପାରମ୍ପରିକ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ।ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶାକୁଂଡାର ମା ଅମ୍ବିକା ମହିଳା ଗୋଷ୍ଠୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା କେ ବରିଡ଼ା ର ମାନିନୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ୪ ହଜାର ଟଙ୍କା ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା। ତେବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ଯ ସମସ୍ତ ମହିଳା ଗୋଷ୍ଠୀ ଗୁଡିକୁ ମଧ୍ୟ ପ୍ରଶଂସା କରି ପ୍ରତି ଗୋଷ୍ଠୀ କୁ ନିଜସ୍ବ ହାତରୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେବାକୁ ଘୋଷଣା କରିଥିଲେ ବିଧାୟକ ଶ୍ରୀ ନାୟକ।